Odisha news

ମୟୂରଭଞ୍ଜରେ କରୋନା ସଂଖ୍ୟା ୧୨୬ ପହଁଞ୍ଚିଲା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବୁଧୁବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ୍ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୨୬ ଛୁଇଁଛି । ସବୁଠାରୁ ବଡକଥା ଆଜି ୨ଜଣ ସ୍ଥାନୀୟ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲାବାସୀମାନେ ଭୟଭୀତ ହୋଇପଡିଛନ୍ତି । ବୁଧୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବାଙ୍ଗିରିପୋଷି, ଶୁକ୍ରୁଳି, ସାରସକଣା, ବଡସାହି ଓ ଠାକୁରମୁଣ୍ଡା ବ୍ଲକରୁ ଜଣେ ଲେଖାଏଁ କରୋନା ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ୫ଜଣ କୋରନାଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ୨ଜଣ ହୋମ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିଲେ ଏବଂ ସେମାନେ କର୍ଣ୍ଣାଟକ, ତାମିଲନାଡୁ ଓ ଗୁଜୁରାଟ ଫେରନ୍ତା ବୋଲି ଜଣାଯାଇଛି । ଅନ୍ୟ ୨ଜଣ ସ୍ଥାନୀୟ ଚିହ୍ନଟ ହୋଇଥିବା କରୋନାଙ୍କ ମଧ୍ୟରେ ଜଣେ ଠାକୁରମୁଣ୍ଡା ବ୍ଲକ ହୋଇଥିବାବେଳେ ଅନ୍ୟଜଣେ ବାଙ୍ଗିରିପୋଷି ବ୍ଲକର ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେନେଇ ଅନୁସନ୍ଧାନ ଚାଲିଛି । ବର୍ତ୍ତମାସ ସୁଦ୍ଧା ୧୨୬ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୫୩ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।

Leave A Reply