Odisha news

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୧୯ ଜଣ କରୋନା ଚିହ୍ନଟ : କରୋନା ସଂଖ୍ୟା ୨ହଜାର ଟପିଲା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବା ସହ ଶନିବାର ଜିଲ୍ଲାରେ ସର୍ବାଧିକ ୨୧୯ଜଣ ଚିହ୍ନଟ ହେବାପରେ କରୋନା ସଂଖ୍ୟା ୨ହଜାର ପାରକରି ୨୦୦୧ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ଶନିବାର ମୟୂରଭଞ୍ଜ ଜିଲ୍ଲାରେ ୨୧୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ୨୧୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୯୩ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାବେଳେ ୬ଜଣ କ୍ୱାରେଣ୍ଟଇନ୍ କେନ୍ଦ୍ର ଓ ୧୩ ହୋମ୍ କ୍ୱାରେଣ୍ଟାଇନ୍ରେ ରହୁଥିଲେ ଏବଂ ୭ଜଣ କୋଭିଡ୍ ଯୋଦ୍ଧା ବୋଲି ଜଣାଯାଇଛି ।

ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୨୩ଜଣ ବଡସାହି ବ୍ଲକରୁ, ୨୦ଜଣ ଗୋପବନ୍ଧୁନଗର ବ୍ଲକରୁ, ୧୫ଜଣ ରାସଗୋବିନ୍ଦପୁର ବ୍ଲକରୁ, ୧୧ଜଣ ଲେଖାଏଁ ବେତନଟୀ, ରାଇରଙ୍ଗପୁର ଓ ଜାମଦା ବ୍ଲକରୁ, ୧୦ଜଣ ଲେଖାଏଁ ଖୁଣ୍ଟା ବ୍ଲକ ଓ ବାରିପଦା ପୌରାଞ୍ଚଳ, ୯ଜଣ ଲେଖାଏଁ କୁସୁମୀ ଓ ତିରିଂ ବ୍ଲକରୁ, ୮ଜଣ ରରୁଆଁ ବ୍ଲକ, ୭ଜଣ ଲେଖାଏଁ ବହଳଦା, ବିଜାତଳା ଓ କୁଳିଅଣା ବ୍ଲକରୁ, ୬ଜଣ ଲେଖାଏଁ କରଞ୍ଜିଆ ଓ ଶ୍ୟାମାଖୁଣ୍ଟା ବ୍ଲକରୁ, ୪ଜଣ ଲେଖାଏଁ ବାରିପଦା ବ୍ଲକ, ବିଶୋଇ, କପ୍ତିପଦା, ଯଶିପୁର ବ୍ଲକ ଓ ଉଦଳା ଏନଏସସିରୁ, ୩ଜଣ ଲେଖାଏଁ ଶୁଳିଆପଦା ଓ କରଞ୍ଜିଆ ଏନଏସସି, ୨ଜଣ ଲେଖାଏଁ ସାରସକଣା, ଠାକୁରମୁଣ୍ଡା ଓ ମୋରଡା ବ୍ଲକରୁ ଏବଂ ଜଣେ ଲେଖାଏଁ ଶୁକୃଳି ଓ ବାଙ୍ଗିରିପୋଷି ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୩ଜଣ ଅନ୍ୟଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply