Odisha news

ମାଫିଆ-ତହସିଲଦାର ଲିଙ୍କ୍ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀର ପୂର୍ବତନ ତହସିଲଦାର ଅନିଶା ଦାସଙ୍କ ଖଣି ମାଫିଆଙ୍କ ସହ ସଂପୃକ୍ତି ଥିବା ଅଭିଯୋଗ ଆସିବାପରେ ରାଜ୍ୟସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି । ମାଫିଆଙ୍କ ସହ ତହସିଲଦାରଙ୍କ ଅଡିଓ ବାର୍ତ୍ତାଳପ ଭାଇରାଲ୍ ହେବାପରେ ରାଜ୍ୟସରକାର ଅନିଶାଙ୍କୁ ରାତିଅଧିଆ କଳାହାଣ୍ଡି ଡେପୁଟି କଲେକ୍ଟର ଭାବେ ବଦଳି କରିବାସହ ତାଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି ।

ସେପଟେ ଏହି ଘଟଣାରେ ଅନିଶାଙ୍କୁ ଗିରଫ କରିବାସହ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଦେବାପାଇଁ ବିଜେପି ଦାବି କରିଛି । ଏହାରି ମଧ୍ୟରେ ଦଳର ତିନିଜଣ ବିଧାୟକ ଓ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ ଧାରଣାରେ ବସିଥିଲେ । ସବିଶେଷରେ ସୂଚନା ଅନୁଯାୟୀ ରାଜ୍ୟସରକାର କ୍ରାଇମବ୍ରାଞ୍ଚକୁ ଏହି ଘଟଣାର ତଦନ୍ତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଘଟଣାର ଆଇଓ ଓ ବୈଶିଙ୍ଗା ଥାନା ଆଇଆଇସିଙ୍କୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦିଆଯାଇଛି ।

Leave A Reply