ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଧ, ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ସ୍ମୃତିରେ ବାରିପଦା ଠାରେ ଥିବା ଗୋପବନ୍ଧୁ ଭବନର କାର୍ଯ୍ୟକାରୀ କରିବା ପାଇଁ ପରିଦର୍ଶନ କରି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ଗୋପବନ୍ଧୁ ଭବନ ଠାରେ ସଂଗ୍ରହାଳୟ ଏବଂ ପାଠାଗାର କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଓ ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବା ସୂଚନା ପ୍ରାପ୍ତ ହୋଇଛି । ତୁରନ୍ତ ସମସ୍ତ ପ୍ରକ୍ରିୟା ସମାପ୍ତ ହେବାପରେ ଜନସାଧାରଣଙ୍କ ପାଇଁ ଏହି ସଂଗ୍ରହାଳୟ ଏବଂ ପାଠାଗାର ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାପାଳ ଶ୍ରୀ ସିନେ୍ଧଙ୍କ ସହିତ, ଜÿିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ ଏବଂ ଆଇଏଏସ ଶିକ୍ଷାନବୀଶ, ସୁଶ୍ରୀ ଆଶନୀ ଏ ଏଲ ମଧ୍ୟ ଏହି ସ୍ଥାନକୁ ପରିଦର୍ଶନ କରି ଗୋପବନ୍ଧୁ ଭବନରେ ସମସ୍ତ ତଥ୍ୟ ନେବା ସହିତ ଏହି ସରକାରୀ ଆବାସକୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ମତାମତ ଦେଇଥିଲେ ।
