ବାରିପଦା : ବରିଷ୍ଠ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ ଦ୍ୱୟ “ଶୋଭନ’ ଓ “ଶୋଭେଶ’ ଉନ୍ମୋଚିତ ହୋଇଯାଇଛି । ଚିତ୍ତରଞ୍ଜନ ପତି ଫାଉଣ୍ଡେସନର ଆବାହକ ଡଃ ମନତୋଷ କୁମାର ପତି, ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ କବି ଅମିତାଭ ମିଶ୍ର ଓ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକଦ୍ୱୟ ଉନ୍ମୋଚନ କରିବା ସହ କବିଙ୍କର ମହନୀୟ ଉଦ୍ୟମର ପ୍ରଶଂସା କରିଥିଲେ । କିଶୋର ସାହିତ୍ୟ ଭିତ୍ତିକ ଏହି କବିତା ପୁସ୍ତକଦ୍ୱୟରେ ବହୁ ଶିକ୍ଷଣୀୟ କବିତା ସ୍ଥାନିତ । ଅଦ୍ୟାବଧି କବିଙ୍କ ଲିଖିତ ୪୮ଟି ପୁସ୍ତକ ପ୍ରକାଶିତ । ଅନ୍ୟାନ୍ୟ ପୁସ୍ତକ ଭଳି ଉନ୍ମୋଚିତ ପୁସ୍ତକଦ୍ୱୟ ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ବୋଲି କବି ଆଶାବ୍ୟକ୍ତ କରିଛନ୍ତି ।