Odisha news

ଜାତୀୟ ସ୍କୁଲ କ୍ରୀଡ଼ାରେ ଭାଗ ନେବେ ଫୁ୍ୟଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ୬ ଖେଳାଳୀ

0

ବାରିପଦା  : ଚଳିତ ମାସ ୨୭ ଓ ୨୮ ତାରିଖ ମହାରାଷ୍ଟ୍ର ପୁନେର ବେଲୱାଡି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୭ବର୍ଷରୁ କମ୍ ୬୭ତମ ଜାତୀୟ ସ୍କୁଲ୍ କ୍ରୀଡ଼ାରେ ଭାଗ ନେବାପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୮ଜଣ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ଫୁ୍ୟଚର ଷ୍ଟାର ସ୍ପୋର୍ଟସ ଏକାଡେମୀ, ମୟୂରଭଞ୍ଜର ୬ଜଣ ଖେଳାଳୀ ଓଡିଶା ଦଳରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେମାନେ ହେଲେ ଶ୍ରୀଅରବିନ୍ଦ ହାଇସ୍କୁଲରେ ଅଧ୍ୟୟନରତ ଦୀପକ ବେହେରା, ଶ୍ରୀପଦଗଞ୍ଜ ହାଇସ୍କୁଲର ସୋନେର ସିଂ ବେଶ୍ରା, ରାଣୀଭୋଳ ବାଳିକା ହାଇସ୍କୁଲର ସୁମିତ୍ରା ମୁର୍ମୁ, ପାୟେଲ ହାଁସଦା, ରାଇରଙ୍ଗପୁର ସରକାରୀ ହାଇସ୍କୁଲ୍ର ସିମଲ୍ ବାସ୍କେ, ସିନ୍ଦୂରଗୌରା ହାଇସ୍କୁଲର ମମତା ମୁର୍ମୁ, ବାସନ୍ତୀ ମୁର୍ମୁ ଓ ହିଷୀ ଟୁଡୁ । ସମସ୍ତେ ଫୁ୍ୟଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ବିଗତ ୨ବର୍ଷରୁ କ୍ରୀଡ଼ା ପ୍ରଶିକ୍ଷଣ ନେଉଛନ୍ତି । ଖବର ପାଇ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, ମୟୂରଭଞ୍ଜ କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିଦେ୍ର୍ଦଶକ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦାଃ, ରୂପାଲି ସୋରେନ, ବାରିପଦା ଶାଖା ପରିଚାଳକ ରଞ୍ଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣିସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ପ୍ରକାଶ ଥାଉକି ବିଗତ ଦିନ ମାନଙ୍କରେ ବହୁ ପୁରୁଷ ଓ ମହିଳା ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ଥରରେ ଉଚ୍ଚମାନର ଖେଳ ପ୍ରଦର୍ଶନ କରିବା ସହିତ ବହୁ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି ।

Ad2
Leave A Reply