Odisha news

ବିଜେପିରୁ ଇସ୍ତଫା ଦେଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ

0

ବାରିପଦା  : ବିଜେପିର ବରିଷ୍ଠ କୁଡୁମୀ ନେତା ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟଲାଲ ମହାନ୍ତ ଶୁକ୍ରବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହି ଅବସରରେ ବାଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତ ବିଜେପିରୁ ଇସ୍ତଫା ଦେବା ବିଷୟରେ ସୂଚନା ଦେବା ସହ ଦୀର୍ଘ ବର୍ଷର ବିଜେପି ସହିତ ସମ୍ପର୍କକୁ ଛିନ୍ନ କରିଛନ୍ତି । ନିକଟରେ ମୟୂରଭଞ୍ଜ ଲୋକସଭା ଓ ୫ଟି ବିଧାନସଭା ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ଦଳ ପକ୍ଷରୁ ସଠିକ୍ ପ୍ରାର୍ଥୀ ଚୟନ ହୋଇନାହିଁ ବୋଲି କହି ବିଜେପି ନେତୃବୃନ୍ଦଙ୍କ ଉପରେ ବର୍ଷିଥିଲେ ଛୋଟଲାଲ ମହାନ୍ତ । ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯାଇ ନଥିବାରୁ କଡା ପ୍ରତିକ୍ରିୟା ରଖିଥିଲେ ଶ୍ରୀ ମହାନ୍ତ । ଦରକାର ପଡିଲେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ମତ ରଖିବା ସହ ଘୋଷଣା ହୋଇଥିବା ପ୍ରାର୍ଥୀ ମାନଙ୍କୁ ବଦଳାଇ ଉପଯୁକ୍ତ ପ୍ରାର୍ଥୀ ନଦେଲେ ବିଜେପି ପରାଜୟ ନିଶ୍ଚିତ ବୋଲି ମତ ରଖିଥିଲେ ।

Govt
Leave A Reply