Odisha news

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୧୨ ଓ ୧୩ ରେ ଅନୁଷ୍ଠିତ ହବେ ଚୈତ୍ର ପର୍ବ

0

ବାରିପଦା  : ଚଳିତ ବର୍ଷ ନିର୍ବାଚନ ୨୦୨୪ର ଆଚରଣ ବିଦ୍ଧିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚୈତ୍ର ପର୍ବ ୨୦୨୪ ମୟୂରଭଞ୍ଜ ଜିଲ୍ଲାପାଳ ତଥା ସଭାପତି ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନଙ୍କ ଦ୍ୱାରା ଅନୁଷ୍ଠିତ ନହେଇ ବାରିପଦାର ବହୁ ପୁରାତନ ଦୁଇ ପାରମ୍ପାରିକ ଛଉ ଦଳ ଉତ୍ତର ସାହି ଓ ଦକ୍ଷିଣ ସାହିର ମିଳିତ ପ୍ରଚେଷ୍ଟାରେ ଚଳିତ ମାସ ୧୧,୧୨ ଓ ୧୩ ତିନିଦିନ ପରିବର୍ତ୍ତେ ୧୨ ଓ ୧୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଛଉନୃତ୍ୟ ହେଇ ବନ୍ଦ କରାଯିବାର ନିଷ୍ପତି ଗ୍ରହଣ କରାଯାଇଛି । ଏଣୁ ଉକ୍ତ ପର୍ବରେ ଛଉନୃତ୍ୟ ୯ଘଟିକାରୁ ଆରମ୍ଭ ହେଇ ମଧ୍ୟରାତ୍ରରେ ଭକ୍ତା ମାନଙ୍କ ଘଟଯାତ୍ରା ମଞ୍ଚକୁ ଆସିବା ପର୍ଯ୍ୟନ୍ତ ଚାଲୁ ରହିବ ଏବଂ ଭକ୍ତାମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯିବା ସାଙ୍ଗକୁ ନୃତ୍ୟକୁ ମଧ୍ୟ ସଙ୍ଗ କରାଯିବ ବୋଲି ଉଭୟ ସାହିର ସମ୍ପାଦକ ଲଡ଼ୁକେଶ୍ୱର ରଣା ଓ ଲୋକନାଥ ଦାସ ମତବ୍ୟକ୍ତ କରିଛନ୍ତି । ଏହି ଦୁଇଦିନରେ ଉଭୟ ସାହି ୧୩/୧୩ ଗୋଟି ନୃତ୍ୟ ପରିବେଷଣ କରିବା ପରିବର୍ତ୍ତେ ୬/୬ ଗୋଟି ନୃତ୍ୟ ପରିବେଷଣ କରି ପରମ୍ପରା ବଞ୍ଚେଇ ରଖିବା କଥା କହିଛନ୍ତି ଏବଂ ନିର୍ବାଚନର ଆଚରଣ ବିଦ୍ଧିକୁ ସମ୍ମାନ ଜଣାଇ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି କହିଛନ୍ତି ।

Ad2
Leave A Reply