Odisha news

ବୈରୀ ଥାନାରେ ଆମ ପୁଲିସ ବୈଠକ ଅନୁଷ୍ଠିତ

0

ଚଣ୍ଡିଖୋଲ :  କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଆମ ପୋଲିସ ବୈଠକ ବୈରୀ ଥାନାରେ ଏବେ ଅନୁଷ୍ଠିତ ହୋଇଯାଇଛି!ଏଥିରେ ଥାନା ଅଧିକାରୀ ସଂଘମିତ୍ରା ନାୟକ ସଭାପତିତ୍ୱ କରିଥିଲେ। ବୈରୀ ଥାନା ଅନ୍ତର୍ଗତ ୧୦ ଟି ପଞ୍ଜାୟତର ନବ ନିର୍ବାଚିତ ସରପଞ୍ଚ,ସମିତି ସଭ୍ୟ,ସଭ୍ୟା ଉପସ୍ଥିତ ରହି ଭାବ ବିନିମୟ କରିଥିଲେ।ବିଶେଷ କରି ନିଶା କାରବାର ନିୟନ୍ତ୍ରଣ,ଦୁର୍ଘଟଣା ଜନିତ ସମସ୍ୟା, ଆଞ୍ଚଳିକ ଠାଉରୀ ଚୋର ଚିହ୍ନଟ ଉପରେ ଥାନା ଅଧିକାରୀ ଉପସ୍ଥିତ ଆମ ପୁଲିସ ସଭ୍ୟ ମାନଙ୍କର ସହଯୋଗ ଲୋଡିଥିଲେ।ଚଳିତ ପଞ୍ଜାୟତ ନିର୍ବାଚନ ବୈରୀ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାରୁ ଥାନା ଅଧିକାରିଣୀ ଶ୍ରୀମତୀ ନାୟକଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସମ୍ମାନିତ କରିବା ନେଇ ସୂଚନା ଦେଇଥିଲେ।ଆଲୋଚନା ରେ ସମିଆଁ ସରପଞ୍ଚ ବିଶ୍ବ ବିଜୟୀ ବ୍ରହ୍ମ ବୁଢାକେନ୍ଦୁଆ କାରଖାନା,ହାଟ,ବଜାରରେ ଅପରିଚିତ ଲୋକଙ୍କ ଉପରେ ନଜର ରଖିବାକୁ ମତ ଦେଇଥିଲେ। ବୈରୀ ସମିତି ସଭ୍ୟା ବିଳାଶିନୀ ଖୁଣ୍ଟିଆ ବିଭିନ୍ନ ସାହି,ଗଳିରେ ବେପରୁଆ ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ମତ ଦେଇଥିଲେ।ପାରିଆ ସରପଞ୍ଚ ବେଣୁଧର ବିଶ୍ବାଳ ବିଭିନ୍ନ ସ୍ଥାନରେ ସି ସି ଟି ଭି ଲଗାଯିବା ନେଇ ପ୍ରସ୍ତାବ ରଖିଥିଲେ।ଛତିଆ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି,ଶାଳପଡା ସରପଞ୍ଚ ନମିତା ରାଉତ ଆମ ପୁଲିସ ସଭ୍ୟ ରତ୍ନାକର ପ୍ରଧାନ,ଯଚିନ୍ଦ୍ର ପଣ୍ଡା ଆଦି ଉପସ୍ଥିତ ଥିଲେ।ବରିଷ୍ଠ ସଭ୍ୟ ବିଜୟ ନାୟକ ଙ୍କ ପ୍ରସ୍ତାବରେ ଆମ ପୁଲିସ ସଭ୍ୟ ଭାବେ ସାମ୍ବାଦିକ ବିଶ୍ବଜିତ୍ ଖିଲାର୍ ଙ୍କୁ ନୁଆ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା।ଶେଷରେ ପାରିଆ ସରପଞ୍ଚ ବେଣୁଧର ବିଶ୍ବାଳ ଉପସ୍ଥିତ ପୁଲିସ ଅଧିକାରୀ,କର୍ମଚାରୀ ଓ ଆମ ପୁଲିସ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply