Odisha news

ପାଚେରୀ ନିର୍ମାଣକୁ ବିରୋଧ , ବନ୍ଦ ହେଲା କାମ

0
ବାରଙ୍ଗ : ନନ୍ଦନକାନନର ସମ୍ପ୍ରସାରଣକାର୍ଯ୍ୟରେ ନିର୍ମାଣହେଉଥିବା ପାଚେରୀକାମକୁ ସୋମବାରଦିନ ବିରୋଧ କରାଯାଇଛି । ଚୁଡଙ୍ଗ,ଭାଲୁଙ୍କା ଓ କୃଷ୍ନନଗର ମୈାଜାର ଅନୁସୁଚିତ ଜନଜାତି ଲୋକମାନେ ଏହି କାମକୁ ବିରୋଧ କରିବାରୁ ପାଚେରୀକାମ ବନ୍ଦ ହୋଇଯାଇଛି ।ଲୋକମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ଓ ବାକିଥିବା ଲୋକଙ୍କୁ ସ୍ଥାୟୀପଟ୍ଟା ନଦେବାପର୍ଯ୍ୟନ୍ତ ପାଚେରୀକାମ ପୁର୍ଣାଙ୍ଗକାମ କରାଇଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି ।
     ପ୍ରକାସଜେ,ନନ୍ଦନକାନନରେ  ଚୁଡଙ୍ଗକୁ  ମିଶାଇବାନେଇ ନନ୍ଦନକାନନ ପକ୍ଷରୁ କାମ ଆରମ୍ଭ ହୋଇଯାଇଛି ।ନନ୍ଦନକାନନ ପକ୍ଷରୁ ଚୁଡଙ୍ଗ, ଭାଲୁଙ୍କା,କୃଷ୍ନନଗର ମୈାଜାରେ ପାଚେରୀକାମ ଆରମ୍ଭ ହୋଇଛି ।ରାଜ୍ୟ ସରକାରଙ୍କର ୫ଟି ମାଧ୍ୟମରେ ନନ୍ଦନକାନନ ସହ  ଚୁଡଙ୍ଗର ମିଶ୍ରଣ ନିମନ୍ତେ ଆର୍ଥିକ ଅନୁଦାନ ଖର୍ଚ୍ଚ ହେବାର ଘୋଷଣା ପରେ ୩ ମୈାଜାର ଲୋକମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଚୁଡଙ୍ଗମୈାଜାର ଲୋକମାନଙ୍କ ଯାତାୟତପାଇଁ ଛଡାଯାଇଥିବା ରାସ୍ତା ଉପରେ ଗତକାଲି ପାଚେରୀକାମ ଆରମ୍ଭ ହୋଇଥିଲା ।ଏହାକୁ ବିରୋଧ କରି  ସୋମବାରଦିନ ୩ମୈାଜାର ଅନୁସୂଚିତ ଜନଜାତି ଲୋକମାନେ ହାତରେ ପ୍ଲାକାର୍ଡଧରି ବିଭିନ୍ନ ସ୍ଲୋଗାନ ଦେଇ ନିର୍ମାଣଧିନ ପାଚେରୀପାଖକୁ ଆସି  କାର‌୍ୟ୍ୟକୁ ବିରୋଧ କରି ବନ୍ଦ କରିଛନ୍ତି ।ଲୋକମାନଙ୍କର କହିବାକଥା ହେଲା ଜଙ୍ଗଲଅଧିକାରଆଇନବଳରେ ୨୦୧୦ମସିହାରେ ୮୫ଜଣ ପରିବାରକୁ ସରକାରଙ୍କ ପକ୍ଷରୁ ପଟ୍ଟାମିଳିଛି ।ବିନା ଗ୍ରାମସଭାରେ ଓ ବିସ୍ତାପିତ ହେବାକୁଥିବା ଲୋକମାନଙ୍କୁ ଥଇଥାନର ବ୍ୟବସ୍ଥାନକରି  ଦୀର୍ଘବର୍ଷଧରି ରହିଥିବା ଆମର ଜାଗାକୁ ସରକାରଙ୍କ ପକ୍ଷରୁ ନନ୍ଦନକାନନକୁ ଦେବାକୁ ନେଇଥିବା ନିଷ୍ପତିକୁ ବିରୋଧ କରୁଥିବାର ଗ୍ରାମବାସୀମାନେ କହିଛନ୍ତି ।
Leave A Reply