Odisha news

ନୁଆବର୍ଷରେ ନନ୍ଦନକାନନବୁଲିଲେ ୪୧ହଜାରେ ପର୍ଯ୍ୟଟକ

0

ବାରଙ୍ଗ :  ନନ୍ଦନକାନନ ରେ  ଏଥର ନୂଆ ବର୍ଷ ଜମିଲାନି । ବଡ ଦିନ ରେ ପ୍ରର୍ଯ୍ୟଟକ ଙ୍କ ଅହେତୁକ ଭିଡ଼ ରହିଥିବା ବେଳେ  ନୁଆବର୍ଷରେ ପ୍ରର୍ଯ୍ୟଟକ ସଂଖ୍ୟା କମିଛି । ବଡ ଦିନରେ ୪୬ହଜାରରୁ ଉର୍ଦ୍ଧ ପ୍ରର୍ଯ୍ୟଟକ ଆସିଥିବା ବେଳେ  ନୁଆବର୍ଷରେ  ନନ୍ଦନକାନନକୁ ୪୧ହଜାରେ୯୬୭ଜଣ ପର୍ଯ୍ୟଟକ ଆସିଛନ୍ତି । ସେମାନଙ୍କ ମଧ୍ୟରେ ଅଫଲାଇନରେ ୩୯ହଜାରେ ୪୬୨ଜଣ ଓ ଅନଲଇନରେ ୨ହଜାରେ୪୮୬ଜଣ ପର୍ଯ୍ୟଟକ ଟିକେଟକାଟିଥିଲେ ।ସେଥିମଧ୍ୟରୁ ୧୯ଜଣ ଭିନ୍ନକ୍ଷମ ପର୍ଯ୍ୟଟକଙ୍କୁ ବିନାଶୁକ୍ଲରେ ନନ୍ଦନକାନକୁ ପ୍ରବେଶ କରାଯାଇଥିଲା ।ବଟାନିକାର୍ଲଗାର୍ଡେନକୁ ୩୭୫୦ଜଣ ପର୍ଯ୍ୟଟକଆସିଥିବାବେଳେ ସେଥିମଧ୍ୟରେ ଅଫଲାଇନରେ ୩୬୬୧ ଓ ଅନଲାଇନରେ ୮୯ଜଣ ପର୍ଯ୍ୟଟକ ଟିକେଟ କାଟିଥିବାର ନନ୍ଦନକାନନ ଉପନିର୍ଦ୍ଦେଶକ ସଞିତକୁମାର କହିଛନ୍ତି ।ଅନ୍ୟପଟେ ନୁଆବର୍ଷରେ ପର୍ଯ୍ୟଟକମାନଙ୍କ ଗହଳିର ସୁଯୋଗରେ ନନ୍ଦନକାନନ ପରିସରରେ ପକେଟମାରଙ୍କ ଦୈାରାତ୍ମ୍ୟ ମଧ୍ୟ କମ୍‌ରହିନାହିଁ ।ପ୍ରାୟ ୧୦୦ରୁଉର୍ଦ୍ଧ ପର୍ଯ୍ୟଟକ ପକେଟମାରଙ୍କ ଦୈାରାତ୍ମ୍ୟର ଶିକାର ହୋଇଛନ୍ତି ।ସେଥିମଧ୍ୟରୁ କେତେକ ନନ୍ଦନକାନନଥାନାକୁ ଆସି ଅଭିଯୋଗ କରିଥିବାବେଳେ କେତେକ ଟିକେଟଯାଂଚଫାଟକପାଖରେ ଥିବା ସୁରକ୍ଷାକର୍ମଚାରୀଙ୍କ ପାଖରେ ଅଭିଯୋଗ କରି ଫେରିଥିବାର ଜଣାପଡିଛି ।ସେହିଭଳିଭାବେ ୧୮ନଂମୋବସରୁ ୬ଟି ମୋବାଇଲଫୋନ ଚୋରୀ ହୋଇଥିବାନେଇ ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି ।

Leave A Reply