Odisha news

ଆଶାକର୍ମୀଙ୍କ ପରିବାର କରୋନାରେ ଆକ୍ରାନ୍ତ

0

ବାରଙ୍ଗ : ଭୁବନେଶ୍ୱରବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଂଚାୟତର ଢାଓା ଗ୍ରାମର ୨ନଂ ଓାର୍ଡର ଗୋଟିଏ ପରିବାରରୁ ୪ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛି । ସୋମବାରଦିନ ସେମାନଙ୍କୁ ମେଣ୍ଢାଶାଳ ସ୍ୱାସ୍ଥ୍ୟ ବିଭାଗ ତରଫରୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର  କରାଯାଇଛି । ଏହି ପରିବାର ଜଣେ ଯୁବକ ପଟିଆ ଅଂଚଳରେ ଏକ ଗ୍ୟାରେଜରେ କାମ କରୁଥିବାବେଳେ ତାକୁ ଥଣ୍ଡାକାଶ ଲାଗିରହିଥିଲା । ଏହାପରେ ତାଙ୍କ ମାଆକୁ ମଧ୍ୟ ଥଣ୍ଡାକାଶ ଆରମ୍ଭ ହୋଇଥିଲା । ରବିବାରଦିନ ପରିବାରର ୪ଜଣ ସଦସ୍ୟ  ନିକଟସ୍ଥ ଟାଙ୍ଗିବନ୍ତ ଡାକ୍ତରଖାନାକୁ ଯାଇ  ସ୍ୱାସ୍ଥ୍ୟ ପରୀକ୍ଷା ସହ ସ୍ୱାବ ଟେଷ୍ଟ କରାଇଥିଲେ ।

ସୋମବାରଦିନ ପଜିଟିଭ ବାହାରିବାପରେ ତାଙ୍କ ପରିବାରର ୪ଜଣ ସଦସ୍ୟଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଛି ।ଯାହାଫଳରେ ଏହି ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୮ରେ ପହଁଚିଛି ।ସେହିଭଳିଭାବେ କଳାରାହଙ୍ଗ ପଂଚାୟତର ଇଞଣା ଗ୍ରାମର ୫ନଂ ଓାର୍ଡରେ ଜଣେ୭୬ବର୍ଷିୟାବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବୃଦ୍ଧା ଜଣଙ୍କ କଳାରାହଙ୍ଗ ଗ୍ରାମରେ ଥିବା ତାଙ୍କର ଜଣେ ସର୍ମ୍ପକୀୟ  ଘରକୁ ଯାଇ ଫେରିବାପରେ ଥଣ୍ଡାକାଶ ଲାଗିରହିଥିଲା ।ସେ  କିମସ୍ କୋଭିଡ ହସ୍ପିଟାଲକୁ ଯାଇ ସ୍ୱାବ୍ଟେଷ୍ଟ କରାଇଥିବାବେଳେ ରବିବାର ରାତିରେ ତାଙ୍କର ପଜିଟିଭ ଜଣାପଡିବା ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତିକରାଯାଇଛି ।ଏହାକୁ ମିଶାଇ କଳାରାହଙ୍ଗ ପଂଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୫ରେ ପହଁଚିଛି ।

Leave A Reply