ବାରଙ୍ଗ : ମରଣାନ୍ତକ ଆକ୍ରମଣ ଅଭିଯୋଗରେ ନନ୍ଦନକାନନ ଥାନା ପୁଲିସ ୫ଜଣ ଗାଡି ଚାଳକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲଣ କରିଛି।ସେମାନେ ହେଲେ ସଞୟ କୁମାର ଦାସ,ସଂଗ୍ରାମ କିଶୋର ମହାନ୍ତି,ପ୍ରକାଶ କୁମାର ପ୍ରଧାନ,ଜୟନ୍ତ କୁମାର ସାହୁ,ତପନ ପଲେଇ।ଏମାନେ ପୁରୀର ଟ୍ୟାକ୍ସି ଚାଳକ।
ପ୍ରକାଶ ଯେ, ଅଭିଯୋଗକାରୀ ଚନ୍ଦକାଥାନା ଅନ୍ତର୍ଗତ ଦାରୁଠେଙ୍ଗ ଗ୍ରାମର ପ୍ରଶାନ୍ତ କୁମାର ପ୍ରଧାନ ନନ୍ଦନକାନନ ମଲ୍ଟିପାର୍କିଂର ଜଣେ କାର୍ଯ୍ୟରତ କର୍ମଚାରୀ।ଗତ ରବିବାର ସନ୍ଦ୍ୟାରେ ପାର୍କିଂ ସ୍ଥଳରେ କିଛି ଗାଡି ଚାଳକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଉଥିଲା।ପାଟି ଶୁଣି ପ୍ରଶାନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଚାଳକଙ୍କୁ ବୁଝାଇବାକୁ ଚେଷ୍ଟାକରିଥିଲେ।ସେହି ସମୟରେ ଅଭିଯୁକ୍ତ ଚାଳକମାନେ ପ୍ରଶାନ୍ତକୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ଲୁହାଜଗ୍,ପ୍ଲାଷ୍ଟିକ୍ ପାଇପ୍ ରେ ମରାଣାନ୍ତକ ଆକ୍ରମଣ କରିଥିଲେ।ଏଥିରେ ପ୍ରଶାନ୍ତର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ରକ୍ତଶ୍ରାବ ହୋଇଥିଲା।ଖବର ପାଇ ନନ୍ଦନକାନନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ପ୍ରଶାନ୍ତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ନେବା ସହ ୫ ଗାଡି ଚାଳକକୁ ଗିରଫ କରିଥିଲା ।ସେମାନଙ୍କ ନାମରେ ୧୬୬/୨୨କେଶ ନମ୍ବରରେ ଏକ ମାମଲାରୁଜୁ କରି ସୋମବାର ଦିନ କୋର୍ଟଚାଲଣ କରିଛି।