Odisha news

ବେକରେ ରଶିଲଗାଇ ମହିଳାଙ୍କ ଆତ୍ମହତ୍ୟା ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0
ବାରଙ୍ଗ :  ଚନ୍ଦକାଥାନା ଅନ୍ତର୍ଗତ ପଳାଶପୁର ଗ୍ରାମରେ ରବିବାର ବିଳମ୍ଭିତ ରାତିରେ ଜଣେ ବିବାହିତ ମହିଳା ଫ୍ୟାନରେ ଶାଢିଲଗାଇ ଆତ୍ମହତ୍ୟା କରିଛନ୍ତି ।ପାରିବାରିକ କଳହ କାରଣରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବାର ସ୍ମାମୀ କହୁଥିବାବେଳେ ହତ୍ୟାକରି ଆତ୍ମହତ୍ୟାର ରୁପରେଖ ଦିଆଯାଇଛି ବୋଲି ମୃତମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ।
ଚନ୍ଦକାଥାନାଅଧିନସ୍ଥ  ପଳାଶପୁର ଗ୍ରାମର ଦିଲ୍ଲିପ ମାଝୀ ୨୦୧୮ମସିହାରେ ବାଙ୍କିଥାନା ଅଧିନସ୍ଥ  କେନ୍ଦୁପଲ୍ଲୀ ଗ୍ରାମର ଜଳଧରପ୍ରଧାନ ଝିଅ ଅମୁଲି ପ୍ରଧାନଙ୍କୁ ବୈଦିକରିତୀରେ  ବିବାହ କରିଥିଲେ ।ଏବେ ଏମାନଙ୍କର ଏକ ତିନିବର୍ଷର ଶିଶୁକନ୍ୟା ଅଛି । ଗତକାଲି ରାତିରେ ପାରିବାରିକ ଅଶାନ୍ତିକୁ ନେଇ ଅମୂଲି ସିନ୍ଦୁର ପିଇଦେଇ ଥିଲେ ।ପରେ ସ୍ମାମୀ ବୁଝାସୁଜା କରିଥିଲେ ମଧ୍ୟ ପରବର୍ତୀ ସମୟରେ ଫ୍ୟାନରେ ଶାଢିଲଗାଇ ଆତ୍ମହତ୍ୟା କରିଥିବାର ସ୍ମାମୀ ଦିଲିପ କହିଛନ୍ତି ।ଅନ୍ୟପଟେ ଶାଶୁଘର ଲୋକ ଅମୁଲିକୁ ମାରି ଆତ୍ମହତ୍ୟାର ରୁପ ଦେଇଛନ୍ତି ବୋଲି ମହିଳାଙ୍କ ବାପା ଜଳଧର ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ୧୩୨/୨୨ କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିବାବେଳେ କାହାକୁ ଗିରଫ କରିନଥିବାର ଜଣାପଡିଛି ।
Nalco
Leave A Reply