Odisha news

ଗଣ୍ଡରପୁର ହାଇସ୍କୁଲଗଡା ଠାରୁ କଳାରାହଙ୍ଗ ରାସ୍ତା ଭିତ୍ତପ୍ରସ୍ତର ସ୍ଥାପନ କଲେ ବିଧାୟକ

0

ବାରଙ୍ଗ : କୁଆଖାଇ ନଦୀର ଗଣ୍ଡରପୁର ହାଇସ୍କୁଲଗଡାଠାରୁ ଭାୟା ଟାଙ୍ଗିବନ୍ତ ଦେଇ କଳାରାହଙ୍ଗ ଗ୍ରାମପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ୫କୋଟି ୩୯ଲକ୍ଷଟଙ୍କାର ବ୍ୟୟବରାଦରେ ୬କିମି ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ସୋମବାରଦିନ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ ଭୁମିପୁଜନ କରିଛନ୍ତି ।ଏହିଅବସରରେ କଲ୍ୟାଣପୁର ସରପଂଚ ଦେବରାଜଭୋଇଙ୍କ ସଭାପତି ତ୍ୱରେ ଗଣ୍ଡରପୁର ହାଇସ୍କୁଲଗଡାରେ ଆୟୋଜିତ  ଭୁମିପୁଜନ ଉସ୍‌ବରେ ବିଧାୟକ ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜଧାନୀ ଭୁବନେଶ୍ୱରକୁ ଖୁବକମସମୟ ବ୍ୟବଧାନରେ ଯିବାଆସିବାପାଇଁ ଏହିରାସ୍ତା ସାଧାରଣଲୋକମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ।ଏହାସହ ୫ପଂଚାୟତର ବିକାଶ ପାଇଁ ସବୁବେଳେ ତାଙ୍କର ଉଦ୍ୟମ ରହିବ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟ ଭୁବନମୋହନ ଦାସ,ବୟଜ୍ୟେଷ୍ଠ ମୁରବୀ ବସନ୍ତକୁମାର ରଥ, ବିଜେଡିନେତା ନିର୍ମଳରାଉତ ,ମାଧବ ରାଉତ,ଉମାକାନ୍ତ ହାତୀଙ୍କ ସମେତ ବହୁଦଳୀୟ କର୍ମୀମାନେ ଉପସ୍ଥିତଥିଲେ ।କଲ୍ୟାଣପୁର ପଂଚାୟତ ବଜେଡି କର୍ମୀମାନଙ୍କ ତରଫରୁ ବିଧାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ପାଛୋଟି ଅଣାଯାଇଥିଲା ।ଏହି ନବିକରଣ ରାସ୍ତାର କାମ ୨୦୨୩ମେ ମାସସୁଦ୍ଧା ସରିବ ।ଏହି ନବିକରଣ ରାସ୍ତାରେ ୫ଟିକଲଭର୍ଟ, ଡ୍ରେନ,ପୋଟେକସନ ୱାଲ,ପିଚୁ ଓ କ୍ରକିଂଟ କରାଯିବବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡିଓ ତ୍ରିଲୋଚନ ନାୟକ କହିଛନ୍ତି ।ସେହିଭଳିଭାବେ ବିଧାୟକ ଯିିବାବାଟରେ ଖଇରାପଡା ଗାଁମୁଣ୍ଡରେ ଗ୍ରାମର ମୁରବୀମାନେ ଗ୍ରାମରେ ଥିବା ଅର୍ଦ୍ଧଭଗ୍ନ ବ୍ରିଜ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଖୁବଶିଘ୍ର ବ୍ରିଜର ପୁନଃଉଦ୍ଧାର କାର୍ଯ୍ୟ ହେବାର ପ୍ରତିଶୃତି ଦେଇଥିବାର ଗ୍ରାମବାସୀମାନେ କହିଛନ୍ତି ।

Nalco
Leave A Reply