Odisha news

ବ୍ଳକ୍ ସ୍ତରୀୟ ଫିଫା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପ୍ରସ୍ତୁତି ବୈଠକ

0
ବେଲଗୁଣ୍ଠା,26/09, ଫୁଟବଲ୍ ପ୍ରତି ଯୁବ ଗୋଷ୍ଠୀଙ୍କ ଆଗ୍ରହ କ୍ରମଶଃ କମି କମି ଯାଉଥିବା ବେଳେ ଗ୍ରାମାଞ୍ଚଳରେ ଫୁଟବଲ୍ ପ୍ରତି ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଛନ୍ତି I ଏହି ଅବସରରେ ବ୍ଳକ୍ ସ୍ତରରୁ ଆରମ୍ଭ କରି ଜୋନ୍ ଏବଂ ରାଜ୍ୟସ୍ତରୀୟ ଫିଫା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପାଇଁ ରାଜ୍ୟ ସରକାର ସବୁଜ ସଙ୍କେତ ପ୍ରଦାନ କରିଛନ୍ତି I ଏହି ଅବସରରେ ଆସନ୍ତା 29 ତାରିଖରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଷ୍ଟାଡିୟମ୍ ରେ ଫିଫା ଆନୁକୂଲ୍ୟରେ ଏକ ବ୍ଳକ୍ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବ୍ଳକ୍ ର ଆଦର୍ଶ ବିଦ୍ୟାଳୟ ସମେତ ସମସ୍ତ 18 ଟି ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ମାନେ ଯୋଗ ଦେଇ ବ୍ଳକ୍ ସ୍ତରୀୟ ଟୁର୍ଣ୍ଣାମେଣ୍ଟ୍ କୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଆଲୋଚନା କରିଥିଲେ I ପ୍ରଧାନ ଶ୍ରୀ ସାହୁ ଏହି ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଗ୍ରାମାଞ୍ଚଳର ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କୁ ବହୁ ମାତ୍ରାରେ ସୁଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ I ସମସ୍ତ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବ୍ଳକ୍ କ୍ରୀଡ଼ା ସମ୍ପାଦକ ଆଶୁତୋଷ ସ୍ୱାଇଁ ସଂଯୋଜନା କରିଥିଲେ I
Nalco
Leave A Reply