Odisha news

ମହିଳାଙ୍କୁ ଦୁଷ୍କର୍ମ ଯୁବକ ଗିରଫ

0
ବାରଙ୍ଗ :  ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳଗାଁମୁଣ୍ଡ ଡାକ୍ତରଖାନାର ପରିତ୍ୟକ୍ତ କୋଠାଘରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ  ବୁଧବାର ସନ୍ଧ୍ୟାରେ ମେଣ୍ଢାଶାଳ ଗ୍ରାମର ତିନିଜଣ ଯୁବକ ଧର୍ଷଣ ଉଦ୍ୟମ କରିଥିବାର ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ ହୋଇଥିଲା ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟଦୁଇଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।
ପ୍ରକାସ ଯେ,ଯାଜପୁର ଅଂଚଳର ସେଖ୍ କାଲା ତାଙ୍କର ପିଲାଛୁଆଧରି କୁକୁଡାମୁଣ୍ଡିରେ ରହୁଥିଲେ ।ପରେ ଡାକ୍ତରେଖାନାରୁ ପରିତ୍ୟକ୍ତ କୋଠାଘରେ ଆସି ସପରିବାରେ ରହିବାକୁ ଆରମ୍ଭ କରିଥିଲେ । ମେଣ୍ଢାଶାଳ ଗ୍ରାମର କେତେକ ମୁସୁଲିମ ଯୁବକ ସେମାନଙ୍କ ନିକଟକୁ ଯିବାଆସିବା କରୁଥିଲେ ।ବୁଧବାର ସନ୍ଧ୍ୟା ସମୟରେ ସେଖ୍ ମସଜିହ ନାମକ ଯୁବକ ତାର ଦୁଇ ସହଯୋଗୀକୁ ସାଙ୍ଗରେ ଧରି ଏହି ପରିତ୍ୟକ୍ତ କୋଠାରେ ପହଁଚିଥିଲେ ।ଏହି ସମୟରେ ସେଖ୍ କାଲାଙ୍କ ସ୍ତ୍ରୀ ଅସିମା ବିବି ଘରେ ଏକୁଟିଆ ରୋଷେଇକରୁଥିବାର ଦେଖି ତାଙ୍କୁ ଜବରଦସ୍ତ ଧର୍ଷଣ ଉଦ୍ୟମ କରିଥିଲେ ।
ଅସିମା ଚିକ୍ତାର କରିବାରୁ ପାଖଘରେ ଥିବା ପରିବାରର ଅନ୍ୟସଦସ୍ୟମାନେ ଆସିବାରୁ ଯୁବକ ତିନିଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ ।ଏହାପରେ ପରିବାର ସହ ଅସିମା ମେଣ୍ଢାଶାଳ ଫାଣ୍ଡିକୁ ସେହିଦିନ ରାତିରେ ଯାଇ ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇବାପରେ ପୋଲିସ ସେଖ୍ ମସଜିହ ଓ ତାର ଦୁଇ ସହଯୋଗୀକୁ ଫାଣ୍ଡିକୁ ଡାକି ପଚରାଉଚରା କରିବା ପରେ ।ଗୁରୁବାର ସକାଳେ ସେଖ୍ ମସଜିହ ନାମକ ଯୁବକକୁ ୧୮୯/୨୨ କେସ ରୁଜୁ କରି  ଗିରଫ କରିଥିବାବେଳେ ତାର ଦୁଇ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡିଛି ।
Leave A Reply