Odisha news

କୁଆଖାଇରେ ବୁଲୁଛି କୁମ୍ଭୀର , ତୀକ୍ଷ୍ଣ ନଜର ରଖିଛି ବନବିଭାଗ 

0
ବାରଙ୍ଗ :  ଦାଢ଼ା ପଞ୍ଚାୟତ ଅନ୍ତର୍ଗତ ଝିଙ୍କରଡିହ ଗ୍ରାମ ନିକଟସ୍ଥ କୁଆଖାଇ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି।ଏନେଇ ବନ ବିଭାଗ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି । ଶୁକ୍ରବାର  ପ୍ରାୟ ୯ଟା ସମୟରେ ଝିଙ୍କରଡିହ ଗ୍ରାମର ଧନେଶ୍ଵର ରାଉତ ନିକଟସ୍ଥ କୁଆଖାଇ ନଦୀକୁ ଜାଲ ନେଇ ମାଛ ଧରିବାକୁ ଯାଇଥିଲେ। ନଦୀ ମଧ୍ୟରେ ମାଛ ଧରୁଥିବା ସମୟରେ ସେ ଏକ ବିରାଟ କୁମ୍ଭୀରକୁ ଦେଖି ଜୀବନ ବଞ୍ଚାଇ କୂଳକୁ ଚାଲି ଆସି ଘଟଣା ବିଷୟରେ ଗ୍ରାମବାସୀଙ୍କୁ ଅବଗତ କରିଥିଲେ।କୁମ୍ଭୀର ଦେଖିବାକୁ  ଗ୍ରାମବାସୀମାନଙ୍କ ଭିଡ ଲାଗିବା ଆରମ୍ଭ ହୋଇଥିଲା।ଖବର ପାଇ   ଭୁବନେଶ୍ୱର ସହରାଞ୍ଚଳ ବନଖଣ୍ଡର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ନଦୀ ଉପକୂଳ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ସୂଚନା ଦେଇଥିଲେ। ଭୁବନେଶ୍ୱର ସହରାଞ୍ଚଳ ବନଖଣ୍ଡ ଅଧିନସ୍ଥ ମଞ୍ଚେଶ୍ୱର ବନାଞ୍ଚଳର ବନପାଳ କମଳାକାନ୍ତ ଶ୍ରୀଚନ୍ଦନ, ବନରକ୍ଷୀ ସୌରଭ ଜାନି, ପାରା ସ୍କ୍ୱାର୍ଡ କର୍ମଚାରୀ କ୍ଷୀରୋଦ ବାରିକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Leave A Reply