Odisha news

କେମିତି ମଲା ଛୁଆ ହାତୀ, ସନ୍ଧେହ ଘେରରେ ନନ୍ଦନକାନନ କତୃପକ୍ଷ

0
ବାରଙ୍ଗ :  ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ବାଘ ଛୁଆ ମୃତ୍ୟୁ କୁ ୨୪ ଘଣ୍ଟା ନ ପୁରୁଣୁ ହାତୀ ଛୁଆ ର ମୃତ୍ୟୁ ହୋଇଛି ।  ତେବେ  ହାତୀ ଛୁଆ କେମିତି ମଲା  ଏନେଇ  ପଶୁପ୍ରେମୀ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ପ୍ରଶ୍ନ ଉଠିବା ବି ସ୍ୱାଭାବିକ। କାହିଁକି ନା ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଯେଉଁ ଜୀବଜନ୍ତୁ ଅସୁସ୍ଥ ହେଉଛନ୍ତି ,ସେ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ବରଣ କରୁଛନ୍ତି । ଏ କଥା ଆମେ କହୁନୁ ଏ କଥା ପ୍ରାଣୀଉଦ୍ୟାନ ରେ ମୃତ୍ୟୁ ହେଉଥିବା ଜୀବଜନ୍ତୁ ଙ୍କ ରେକଡ୍ ହିଁ ବୟାନ କରୁଛି । ପୂର୍ବରୁ ବାଘ ହେଉ କି ସିଂହ । ଅସୁସ୍ଥ ହେଲେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା କୁ ଆସି ଚିକିତ୍ସା ହୁଅନ୍ତି । ହେଲେ ସୁସ୍ଥ ହେବା ପରିବର୍ତ୍ତେ ଆଖିବୁଜନ୍ତି । ଖାଲି ବାଘ ଓ ସିଂହ ନୁହେଁ ଅନେକ ବିରଳ ଜୀବଜନ୍ତୁ ଆଖିବୁଜିଛନ୍ତି ।ଗୁରୁବାର ଦିନ ବାଘୁଣୀ ମୌସୁମୀ ଦେଇଥିବା ଶାବକ ମୃତ୍ୟୁ ହୋଇଥିବା ବେଳେ ପୁଣି ଶୁକ୍ରବାର ଦିନ  ଆଠଗଡ ତିଗିରିଆ ଅଞ୍ଚଲରୁ ଉନ୍ନତ ମାନର ଚିକିତ୍ସା ପାଇଁ ଆସିଥିବା ହାତୀ ଛୁଆ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛି ।
 ସୂଚନାଯୋଗ୍ୟ ଯେ , ଆଠଗଡ଼ ବନଞ୍ଚଳ ତିଗିରିଆ ବିଟ୍ ଅଞ୍ଚଳର ସୁଦର୍ଶନପୁର ଗାଁ ନିକଟ ଏକ ଶାଗୁଆନ ଜଙ୍ଗଲରୁ ଦେଢ଼ବର୍ଷରୁ ଦୁଇବର୍ଷ ବୟସ୍କା ଏକ ହାତୀଛୁଆ ଉଦ୍ଧାର ହୋଇ  ବୁଧବାର ଦିନ ନନ୍ଦନ କାନନ  ଆସିଥିଲା । ହାତୀ ଛୁଆ ଟି ଗୋଟିଏ ଜାଗାରେ ପଡ଼ି ରହିଥିଲା।ସେଠାରେ ବନବିଭାଗ ହାତୀ ଛୁଆ ର ଚିକିତ୍ସା କରିଥିଲେ ।ଆଠଗଡ ବନ ବିଭାଗ ଏହି ହାତୀ ଛୁଆ ର ଉନ୍ନତ ମାନର ଚିକିତ୍ସା ପାଇଁ ବୁଧବାର ଦିନ ନନ୍ଦନକାନନ ରେ ଛାଡିଥିଲେ ।ନନ୍ଦନକାନନରେ ଛୁଆଟି ପହଁଚିବାପରେ ତାକୁ ଡାକ୍ତରଖାନାରେ ରଖାଯାଇ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା ଏବଂ ଛୁଆ ଟିକୁ ଛିଡ଼ା କଲେ ଛିଡ଼ା ହେଉଥିବା ବେଳେ ଶୋଇଲେ ଆଉ ଉଠିପାରୁ ନଥିଲା ।  ଚିକିତ୍ସକ ଏହି ହାତୀ ଛୁଆଟିକୁ ନଜରବନ୍ଦୀ ରେ ରଖି ଚିକିତ୍ସା କରୁଥିଲେ । ହେଲେ ଏହି ଛୁଆହାତୀ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖୀବୁଜିଛି। ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଚିଡିଆଖାନା କର୍ତ୍ତୁପକ୍ଷଙ୍କ ଅବହେଳାର ନଗ୍ନ ଚିତ୍ର ଏବେ ପଦାରେ ପଡିଛି । ଦିନକୁ ଦିନ ବନ୍ୟଜନ୍ତୁଙ୍କର ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଏଠି ଡାକ୍ତର ରୋଗ ଚିହ୍ନିପାରୁନାହାନ୍ତି ନା ଜନ୍ତୁବିଭାଗ ରେଞ୍ଜ୍ ଅଫିସରଙ୍କ ଦାୟିତ୍ୟହୀବତା ନା ଅବହେଳା । ନା କର୍ତ୍ତୁପକ୍ଷଙ୍କ ଖାମ୍ ଖିଆଲି ମନଭାବ । ଯାହା ପାଇଁ ବିରଳ ବନ୍ୟଜନ୍ତୁଙ୍କ ଅକାଳରେ ଜୀବନ ଯାଉଛି  । କେବଳ ନନ୍ଦନକାନନ କୁ ଚାକଚକ୍ୟ କରିବାରେ ଯେତିକି ଧ୍ୟାନ ଦେଉଛନ୍ତି କର୍ତ୍ତୁପକ୍ଷ ସେତିକି ଧ୍ୟାନ ଯଦି ବନ୍ୟଜନ୍ତୁଙ୍କ ଉପରେ ଦିଅନ୍ତେ ତେବେ ଏଭଳି ଘଟଣା ବାରମ୍ବାର ଘଟନ୍ତା ନାହିଁ ବୋଲି ପଶୁପ୍ରେମୀ ମତବ୍ୟକ୍ତ କରିଛନ୍ତି । ତେବେ ଏହି ହାତୀଛୁଆ ଟି ନନ୍ଦନକାନନ କୁ ଉନ୍ନତମାନର ଚିକିତ୍ସା ପାଇଁ ଆଣିଥିଲେ । ହେଲେ ଏଠାରେ ସୁସ୍ଥ ହେବା ପରିବର୍ତ୍ତେ ଆଜି ଆଖିବୁଜିଛି ।  ଏଠି ପ୍ରଶ୍ନ ଉଠେ ,ଯଦି ଏଠାରେ ଏଭଳି ଚିକିତ୍ସା ଏବଂ ଯତ୍ନ ନିଆଯାଏ , ତେବେ ନନ୍ଦନକାନନରେ ବନ୍ୟଜନ୍ତୁ ଥିବେ ତ ? ଏଭଳି ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଉ ନାହିଁ କାହିଁକି ?  ଯଦି ଆଗାମୀ ଦିନରେ ଏ ସବୁ ପ୍ରତି ନନ୍ଦନକାନନ କର୍ତ୍ତୁପକ୍ଷ ଧ୍ୟାନ ନଦିଅନ୍ତି ତେବେ ଖୁବ୍ କମ ଦିନରେ ନନ୍ଦନକାନନ ଚିଡିଆଖାନା ସଶ୍ମାନରେ ପରିଣତ ହୋଇଯିବ । ଏଥିପାଇଁ ଦାୟୀ କିଏ ରହିବେ।  ନନ୍ଦନକାନନ କର୍ତ୍ତୁପକ୍ଷ ନା ରାଜ୍ୟସରକାର ବୋଲି ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Leave A Reply