Odisha news

ପ୍ରେମ ପାଇଁ ଆତ୍ମହତ୍ୟା : ହସ୍ପିଟାଲରେ ପ୍ରେମୀକା

0
ବାରଙ୍ଗ : ଗୁରୁବାର ସଂନ୍ଧ୍ୟା ସମୟରେ  ବାରଙ୍ଗ ମୁଣ୍ଡଳି ବ୍ରିଜ ରୁ ଜଣେ ଯୁବତୀ ମହନଦୀ କୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସୌଭାଗ୍ୟ ବସତଃ ନଦୀ ରେ ମାଛ ମାରୁଥିବା କିଛି ମତ୍ସଜୀବୀ ଉଚିତ୍ ସମୟରେ ଯୁବତୀ ଜଣକୁ ପାଣିରୁ ଉଦ୍ଧାର କରିଆଣିଥିଲେ । ପରେ ପୋଲିସ କଣ୍ଟ୍ରୋଲ୍ ରୁମକୁ ଫୋନ କରି ହସ୍ପିଟାଲକୁ ପଠେଇଥିଲେ । ତେବେ ଯୁବଚୀ ଜଣକ ଗୁରୁତର ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ , ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକ ଭଦ୍ରକ ଅଞ୍ଚଳର ମୋନାଲିସା ବେହେରା ବୋଲି ଜଣାପଡିଛି । ସେ କାହିଁକି ଓ କେମିତି ଏଠାକୁ ଆସିଲେ ସେନେଇ ପୋଲିସ ଖୋଳତାଳ କରୁଛି । ତେବେ ମୋନାଲିସା ନିକଟରୁ ଏକ ଚିଠି ମଧ୍ୟ ପୋଲିସ ହାତରେ ଲାଗିଛି । ଯେଉଁ ଚିଠିରେ ସ୍ପଟ ଭାବରେ ଆତ୍ମହତ୍ୟା ପଛର କାରଣ ଲେଖା ହୋଇଛି । ମୁଁ ଏତିକି ଦିନ ପାଇଁ ଦୁନିଆ କୁ ଆସିଥିଲି । ଯିଏ ଯେତିକି ଦିନ ପାଇଁ ଆସିଥିବ ସେ ସେତିକି ଦିନ ପର୍ଯ୍ୟନ୍ତ ରହିବ । ମୁଁ ବି ଯାଉଛି , ମୋ ସମୟ ସରିଯାଇଛି । ମୁଁ ସମସ୍ତଙ୍କୁ ହୃଦୟରୁ କ୍ଷମା ମାଗୁଛି । ଆତ୍ମହତ୍ୟା କୁ ମୁଁ ବହୁତ ଘୃଣା କରେ । ସମସ୍ତେ କୁହନ୍ତି ମୁଁ ବହୁତ ଷ୍ଟ୍ରଙ୍ଗ । କିନ୍ତୁ ମୁଁ ଆଜି ନିଜେ ଏମିତି ଭାବେ ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି ଯେ ,ଆତ୍ମହତ୍ୟା ହିଁ ମୋ ପାଇଁ ଶେଷ ରାସ୍ତା ।
ଜୀବନରେ ଏତେ କଷ୍ଟ ମୁଁ ଆଉ ସହିପାରୁନି । ମୁଁ ମରିଗଲେ ହିଁ ଶାନ୍ତିରେ ରହିବି । ସବୁ ଝୀଅ ମାନଙ୍କୁ ଏତିକି ଅନୁରୋଧ କରିବି କେବେ କାହକୁ ଭରଷା ବିଶ୍ବାସ କରିବନି । କେଉଁ ପୁଅ କୁ ବିଶ୍ବାସ କରି ଲାଇଫ୍ ରେ ଏତେ ଆଗେଇବନି ଯେ , ମୋ ଭଳି ଆତ୍ମହତ୍ୟା ହିଁ କରିବ । ଗୁଗୁଲୁ ଶେଷ ଇଛା ମୋର ,ମୋତେ ଟିକେ ଦେଖିବା ପାଇଁ ଆସିବ ମୁଁ ନଥିବି ହେଲେ ମୋ ମୃତ ଦେହକୁ ଧରି ଥରେ ମୋତେ ଆଇଲଭୟୁ ବୋଲି କହିବ । ମୋନାଲିସା ଙ୍କ ଏହି ଚିଠିରେ ତିନି ଜଣଙ୍କ ଫୋନ୍ ନମ୍ବର ମଧ୍ୟ ରହିଛି । ଗୋଟିଏ ରୁମମେଟ୍ ଙ୍କ ନମ୍ବର ରହିଥିବା ବେଳେ ଅନ୍ୟଟି ମାଉସି ଓ ଶେଷରେ ରଞ୍ଜନ ନମକ ଜଣେ ଯୁବକଙ୍କ ଫୋନ ନମ୍ବର ମଧ୍ୟ ରହିଛି । ମୋନାଲିସା ଯେଉଁ ଚିଠିରେ ଗୁଗୁଲୁ ବୋଲି ଉଲ୍ଲେଖ କରିଛନ୍ତି ସେ ଯୁବକ ଜଣକ ରଞ୍ଜନ କି ? ପ୍ରେମରେ ବିଫଳତା ପରେ ମୋନାଲିସା ଏଭଳି ଏକ ଚରମ ନିଷ୍ପତି ନେଇଛନ୍ତି କି ? ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶିଘ୍ର ଆତ୍ମହତ୍ୟା କରିବା ପଛର କାରଣ କଣ ତାହ ସ୍ପଟହେବ ।
Leave A Reply