ବାରଙ୍ଗ : ଅଗଷ୍ଟ ମାସ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଧର୍ମାନୁଷ୍ଠାନ , ବିବାହ ଓ ଶୁଦ୍ଧି କ୍ରିୟା ଏବଂ ରାଜନୈତିକ ସମାବେଶ ଛାଡିଦେଲେ ପ୍ରାୟ ସବୁ ଖୋଲିବାକୁ ନେଇ ଗ୍ରିନ୍ ସିଗ୍ନାଲ ମିଳିଛି । କେବଳ ଖୋର୍ଦ୍ଧା , ପୂରୀ ଓ କଟକ କୁ ଛାଡିଦେଲେ ଆଉ ସବୁ ସବୁ ଜିଲ୍ଲା ସପ୍ତାହନ୍ତ ସଟ୍ଡାଉନକୁ ହଟାଇଦିଆଯାଇଛି । କିନ୍ତୁ ସବୁ ଜିଲ୍ଲ୍ାରେ ନାଇଟ୍ କର୍ଫୁ ବଳବତ୍ତର ରହିବ ବୋଲି ସୁଚନାମିଳିଛି । ଏହାରି ମଧ୍ୟରେ ନନ୍ଦନକାନନ ଚିଡିଆଖାନା ଖୋଲିବା ନେଇ ନିଷ୍ପତି ହୋଇଥିବା ଜଣାପଡିଛି । କୋଭିଡ୍ ଗାଉଡ୍ଲାଇନ୍ କୁ ଅନୁପାଳନ କରି ନନ୍ଦନକାନନ କର୍ତ୍ତୁପକ୍ଷ ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାର ଦିନ ଗେଟ୍ ଖୋଲିବାକୁ ଯାଉଛନ୍ତି । ଏନେଇ ରବିବାର ଦିନ ନନ୍ଦନକାନନ ନିଦେ୍ର୍ଦଶକ ମନୋଜ ମହାପାତ୍ର ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ସକାଳ ୧୦ ଘଟିକା ସମୟରେ ଆସି ସବୁ ଦିଗ ପ୍ରତି ଦର୍ଜମା କରିବା ପରେ ନିଷ୍ପତି ହୋଇଛି ।
ଶ୍ରୀଯୁକ୍ତ ମହାପାତ୍ର ପ୍ରାଣୀଉଦ୍ୟାନରେ ପହଁଚି ପ୍ରଥମେ ନନ୍ଦନକାନନର ମୁଖ୍ୟ ଗେଟ୍ ସହିତ ବିଭିନ୍ନ ଖୁଆଡ ବୁଲିବା ପରେ ଉଦ୍ୟାନର ସମସ୍ତ ଅଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ । ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଥିଲା । ଯେପରି ଚିଡିଆଖାନାକୁ ଦିନକୁ କେତେ ପର୍ଯ୍ୟଟକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନା ସମସ୍ତ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ , ସାନିଟାଇଜ୍ କିଭଳି କରାଯିବ, କିଭଳି ଟିକେଟ୍ କଟାଯିବ , ସଫାରି ଓ ବୋଟିଙ୍ଗ୍ ଖୋଲାଯିବ ନା ନାହିଁ ଏ ଦିଗ ଉପରେ ଆଲୋଚନା କରାଯାଇଥିଲା । ଯେହେତୁ ନନ୍ଦନକାନନର ପରିସର ସିମା ଅଧିକ ରହିଛି ତେଣୁ ଅଧିକ ପର୍ଯ୍ୟଟକ ପ୍ରାଣୀଉଦ୍ୟାନକୁ ଆସିଲେ କୈାଣସି ପ୍ରକାର ଗହଳି ରହିଲେ ମଧ୍ୟ ଜଣାପଡିବ ନାହିଁ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଥମ ଲହର ସମୟରେ ଦିନକୁ ପ୍ରଥମେ ୧୫ସହ ପର୍ଯ୍ୟଟକଙ୍କୁ ପ୍ରବେଶ କରାଯାଇଥିଲା । ପରେ ଅଧିକ ବଢାଯାଇଥିଲା ।
ସେହିପରି କରାଯିବ ବୋଲି ନିଷ୍ପତି ହୋଇଥିଲା । ଏବଂ ବୋଟିଙ୍ଗ୍ ଓ ସଫାରି କୁ ବନ୍ଦ କରାଯାଇଛି । ହେଲେ ସପ୍ତାହ କୁ ୬ ଦିନ ପାଇଁ ଖୋଲାଯିବ । କାରଣ ନନ୍ଦନକାନନ ଚିଡିଆଖାନା ଯେହେତୁ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥାପିତ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ସନିବାର ଓ ରବିବାର ସପ୍ତାହନ୍ତ ସଟ୍ଡାଉନ୍ ରହିଛି ।ଏହି ସମୟରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନା ତାହା ଶୁକ୍ରବାର ଦିନ ଜଣାପଡିବ ବୋଲି ଶ୍ରୀଯୁକ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ କରୋନାର ଦ୍ୱିତୀୟ ଲହର କାରଣରୁ ଦୀର୍ଘ ୩ମାସ ବନ୍ଦ ରହିଥିଲା ନନ୍ଦନକାନନ । ମଙ୍ଗଳବାର ଖୋଲିବାକୁ ଯାଉଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସିର ବାତାବରଣ ଖେଳିଯାଇଛି । କେବେ ଖୋଲିବ ସେନେଇ ଚାହିଁ ବସିଥିଲେ ପର୍ଯ୍ୟଟକ ।
Comments are closed.