Odisha news

ବିନା ପ୍ରତିଦ୍ୱନ୍ଦିତାରେ ସଭାପତି ଭାବେ ଅଜୟ ନାୟକ ନିର୍ବାଚିତ

0

ବନ୍ତ,୧୦/୭  : ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତିର ସଭାପତି ଭାବେ ବିଜେଡି ସମର୍ଥୀତ ପ୍ରାର୍ଥୀ ଅଜୟ କୁମାର ନାୟକ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ଡଃ.ସୁଧାଂଶୁ ଶେଖର ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ତଥା ସମସ୍ତ ବୋର୍ଡ ସଦସ୍ୟଙ୍କ ସହଯୋଗରେ ସେ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ବେଳେ ଗୋପାଳ ଚନ୍ଦ୍ର ପଣ୍ଡା, ଗୌରାଙ୍ଗ ପଣ୍ଡା, ଗୌରାଙ୍ଗ ବେହେରା, ସଞ୍ଜୟ ଚଣ୍ଡରାୟ, ଶେଷଦେବ ସେଠୀ, ହିମାଂଶୁ ନାୟକ, ଇନ୍ଦ୍ରମଣି ସେଠୀ, ଲକ୍ଷ୍ମୀଧର ବେହେରା, କୌଶିକ ଜେନାଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରୀ ନିହାର ରଞ୍ଜନ ସାହୁ ଓ ସଂପାଦକ ଦୀନବନ୍ଧୁ ସାମଲ ନିର୍ବାଚନ ପରିଚାଳନା କରିଥିଲେ ।

Leave A Reply