ବନ୍ତ :କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମହାମାରୀକୁ ରୋକିବା ନେଇ ନାନାଦି କଟକଣା ଲାଗୁ କରିଛନ୍ତି । ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖାଯାଇଛି ।ଏପରିସ୍ଥଳେ ବନ୍ତ ବ୍ଲକରେ କୋଭିଡ୍ କଟକଣାକୁ ଉଲଂଘନ କରି ବିଭିନ୍ନ ସ୍ଥାନରେ ଘରୋଇ ଟିଉସନ୍ ଓ କମ୍ପୁ୍ୟଟର ଶିକ୍ଷାନୁଷ୍ଠାନ ଚାଲିଥିବାର ଦେଖାଯାଇଛି । ଯେଉଁଠାରେ ସାମାଜିକ ଦୂରତାକୁ ସଂପୂର୍ଣ୍ଣ ଉଲଂଘନ କରାଯାଉଛି ।
ଯାହାଫଳରେ ପିଲା ମାନଙ୍କ ଜୀବନ ସହ ଖେଳ ଖେଳାଯାଇ କରୋନା ସଂକ୍ରମଣକୁ ଆବାହନ କରାଯାଉଥିବା ଦେଖାଯାଇଛିା ବ୍ଲକର ଗଣିଜାଙ୍ଗ, ଛୟାଳସିଂ, ରାମପୁର, ରାମକୃଷ୍ଣପୁର, ଓଡଙ୍ଗ ସମେତ ବିଭିନ୍ନ ପଞ୍ଚାୟତରେ ଘରୋଇ ଟିଉସନ ମନମାନୀରେ ଚାଲୁଥିବା ଦେଖାଯାଇଛିା ସରକାରଙ୍କ ପକ୍ଷରୁ ଘରୋଇ ଟିଉସନ୍ ଉପରେ ରୋକ ଲଗାଯାଇଥିବା ବେଳେ ଏହି ନିୟମକୁ ଟିଉସନ୍ ଶିକ୍ଷକ ମାନେ ମାନୁ ନଥିବା ଦେଖାଯାଇଛିା ଏପରିକି ସରକାରୀ ଶିକ୍ଷକ ମାନେ ଘରୋଇ ଟିଉସନ କରୁଥିବାର ଦେଖିବାକୁ ମିଳିଛି ।ପ୍ରତ୍ୟେକ ଟିଉସନ୍ କେନ୍ଦ୍ରରେ ୫୦ରୁ ଉର୍ଦ୍ଧ୍ୱର୍ ଛାତ୍ରଛାତ୍ରୀ ଗୋଟିଏ ରୁମ୍ରେ ବସି ପାଠ ପଢୁଥିବା ଦେଖାଯାଉଛି ।
ଟଙ୍କା ଲୋଭରେ ଶିକ୍ଷକ ମାନେ ଏଭଳି କାଯର୍ୟ କରୁଥିବା ଜଣାଯାଇଛିା ସେହିପରି ବ୍ଲକର ବିଭିନ୍ନ ସ୍ଥାନରେ କମ୍ପୁ୍ୟଟର ଶିକ୍ଷାନୁଷ୍ଠାନ ଖୋଲା ଯାଇ ପିଲା ମାନଙ୍କୁ ପାଠ ପଢାଯାଉଛି । ଯେଉଁଠାରେ ଆଦୌ ସାମାଜିକ ଦୂରତା ଅବଲମ୍ବନ କରାଯାଉନାହିଁ । ଏନେଇ ଅଭିଭାବକ ମାନେ ପ୍ରଶାସନକୁ ଅବଗତ କରାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି ।
