Odisha news

୫ ଦିନରେ ୪ କରୋନା ଆକ୍ରାନ୍ତ : ଡେରାବିଶରେ ଆତଙ୍କ

0

ଡେରାବିଶ :  ଡେରାବିଶ ବ୍ଳକ ଅଂଚଳରେ ଗତ ପାଂଚ ଦିନ ମଧ୍ୟରେ ସ୍ଥାନୀୟ ଅଂଚଳରୁ ୪ ଜଣ ଆକ୍ରାନ୍ତ ହେବା ଫଳରେ ସାଧାରଣରେ ଆତଙ୍କ ଦେଖାଦେଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହିଳା ହୋଇଥିବା ବେଳେ ଦୁଇଜଣ ପୁରୁଷ ରହିଛନ୍ତି । ବ୍ଲକ ଅଧୀନ ଖମୋଳ ପଂଚାୟତ କରିମୂଳ ଗ୍ରାମରୁ ଜଣେ ୩୪ ବର୍ଷୀୟ ମହିଳା ନିଜ ଘରେ ସଙ୍ଗରୋଧରେ ଥିବା ବେଳେ ତାଙ୍କଠି କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା । ମହିଳାଙ୍କୁ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସମ୍ପୃକ୍ତ ଗ୍ରାମକୁ ୪୮ ଘଂଟା ପାଇଁ କଂଟନମେଂଟ୍ ଜୋନ୍ ଘୋଷଣା କରାଯିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ନିଜ ପରିବାରଙ୍କ ସମେତ ଗ୍ରାମର ଅନ୍ୟ ୧୦ ଜଣ ବ୍ୟକ୍ତିଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

ତେବେ ଶୁକ୍ରବାର ଗ୍ରାମର ଜଣେ ୭୬ ବର୍ଷୀୟ ବୃଦ୍ଧ ଓ ଜଣେ ୭୫ ବର୍ଷୀୟା ମହିଳା କରୋନା ପଜେଟିଭ୍ ହୋଇଥିବା ନେଇ ରିପୋର୍ଟ ଆସିଥିଲା । ରିପୋର୍ଟ ଆସିବା ସମ୍ପୃକ୍ତ ଦୁଇଜଣଙ୍କୁ ଛତା ସ୍ଥିତ କୋଭିଡ଼୍ ହସପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ବ୍ଳକ ଅଂଚଳର ଜଣେ ଯୁବକ ବ୍ଳକ ଅଧୀନ ଗୋଲରାହାଟ ପଂଚାୟତ ତିଲକପୁର ଗ୍ରାମର ନିଜ ସମ୍ପର୍କୀୟ ଘରେ ଥିବା ବେଳେ ଗୁରୁବାର ତାଙ୍କ ଦେହରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା । ସମ୍ପୃକ୍ତ ଯୁବକଙ୍କୁ ପ୍ରଶାସନ ପକ୍ଷରୁ ଛତାସ୍ଥିତ କୋଭିଡ଼୍ ହସପିଟାଲ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଶୁକ୍ରବାର ତିଲକପୁର ଗ୍ରାମରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟ ପରିବାର ଓ ଅନ୍ୟମାନଙ୍କର ମୋଟ ୨୧ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହାକୁନେଇ ସମଗ୍ର ବ୍ଳକ ଅଂଚଳରେ ଆତଙ୍କ ଦେଖାଦେଇଛି ।

Govt
Leave A Reply