Odisha news

ନେପାଳରେ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ MSO ପ୍ରତିବନ୍ଧକ ଲଗାଇଲା

0

ନୂଆଦିଲ୍ଲୀ :ଭାରତ ସହିତ ଉତେଜନା ଜାରି ରହିଥିଲା ବେଳେ ନେପାଳ ଭାରତର ନ୍ୟୁଜ ଚ୍ୟାନେଲ ଗୁଡିକ ଉପରେ ନିଜ ଦେଶରେ ପ୍ରତିବନ୍ଧକ ଲଗାଇଛି  l କିନ୍ତୁ ଏହି ପ୍ରତିବନ୍ଧକ ଦୂରଦର୍ଶନ ଉପରେ ଲାଗ ଯାଇନାହିଁ l ଏହି ପଦକ୍ଷପ ନିଆଯିବାର ମୁଖ୍ୟ କାରଣ ହେଲା ଭାରତୀୟ ଘରୋଇ ନ୍ୟୁଜ ଚ୍ୟାନଲ ଗୁଡିକ ନେପାଳର ପରିସ୍ତିତିକୁ ନେଇ ସର୍ବଦା କଭରେଜ କରି ଆସୁଥିଲେ ,ଏହା ଦ୍ୱାରା ନେପାଳ ବିଭିନ୍ନ ପ୍ରକାର ଆଲୋଚନାର ଶିକାର ହେଉଥିଲା l ଏହା ସହିତ ଭାରତୀୟ ଗଣ ମାଧ୍ୟମରେ ନେପାଳୀ ନେତୃତ୍ୱକୁ ନେଇ ଗୋଟିଏ ଖରାପ ଛବି ଲୋକମାନଙ୍କୁ ଦେଖା ଯାଉଥିଲା l

ଭାରତୀୟ ନ୍ୟୁଜ ଚ୍ୟାନଲ ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଦେଶୀ ସମାଚାର ବିତରକ ସଂଗଠନ ନିଷ୍ପତି ନେଇଥିଲା l MSO ଦ୍ୱାରା ଭାରତର ରାଷ୍ଟ୍ରୀୟ ସମାଚାର ନେଟୱାର୍କ ଦୂରଦର୍ଶନକୁ ଛାଡି ଅନ୍ୟ ସମସ୍ତ ଘରୋଇ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି l ନେପାଳର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଯୁବରାଜ ଖାତି ବାଡା ଗୁରୁବାର ଦିନ ସନ୍ଧ୍ୟା ବେଳେ ଏହି ନିଷ୍ପତି ବିଷୟରେ ଜଣାଇଥିଲେ l ସେ କହିଥିଲେ ଯେ ଭାରତୀୟ ଗଣ ମାଧ୍ୟମ ଦ୍ୱାରା ନେପାଳର ସଂପୃଭୁତା ଓ ଗାରିମା ଉପରେ ବାରମ୍ବାର ଏହି ପ୍ରକାର ଖବର ନେପାଳର ମର୍ଯ୍ୟାଦାକୁ ହାନି କରୁଛି l

ନେପାଳରେ ଭାରତୀୟ ଗଣ ମାଧ୍ୟମ ରିପଟକୁ ଦେଖି କିଛି ନେପାଳୀ ସମାଚାର ଚ୍ୟାନେଲ ପ୍ରଧାନମନ୍ତ୍ରୀ  ଓ ଚୀନ ରାଜଦୂତ ଆଙ୍କିଙ୍କ ସହିତ କେତେ ଗୁଡିଏ ନେପାଳୀ ନେତାଙ୍କର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଯାଇଥିଲା l ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସମ୍ବଧରେ ନେପାଳ ସାରକଙ୍କ ଦ୍ୱାରା କୌଣସି ଅଧିକାରୀଙ୍କ ଆଦେଶ ଜାରି କରା ଯାଇନାହିଁ l ଏହି ନିଷ୍ପତି ଏପରି ସମୟରେ ନିଆଯାଇଛି ଯେତେବେଳେ ଭାରତ ଓ ନେପାଳ ମଧ୍ୟରେ ନକ୍ସା ବିବାଦ ଚାଲିଛି l

Nalco

Leave A Reply