ବାଙ୍କୀ : ଜଳସେଚନ ବିଭାଗ ପକ୍ଷରୁ ଗତ ବର୍ଷର ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖାଯାଇ ମହାନଦୀ ବନ୍ଦ ସୁଦୃଢି କରଣ ଓ ଶାଖା ରଣ ନଦୀରେ ବନ୍ଧ ପଥର ପ୍ୟାକିଂ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ସଠିକ ଭାବରେ ନିର୍ମାଣ କରାନ ଗଲେ ଆସନ୍ତା ବର୍ଷ ବନ୍ୟା ସମୟରେ ପଥର ପ୍ୟାକିଂ ସବୁ ଭୂଷୁଡି ନଦୀରେ ଲୀନ ହେବାର ସମ୍ଭାବନା ରହିଛି । ବାଙ୍କୀ ଉପଖଣ୍ଡର ଡମପଡା ବ୍ଲକର ୯ଗୋଟି ପଞ୍ଚାୟତ ବନ୍ୟା ସମୟରେ ପ୍ରଭାବିତ ହୁଏ । ମହାନଦୀରୁ ପାଣି ରଣ ନଦୀରେ ଆସିବା ଦ୍ୱାରା ଦୀର୍ଘ ୧୫ଦିନରୁ ଅଧିକ ଦିନ ପାଣି ବୁଡାଇ ରଖେ ।
ରଣନଦୀ ବନ୍ଧକୁ ସୁଦୃଢ କରିବା ପାଇଁ ଲକ୍ଷାଧିକ ଟଙ୍କାର ଅନୁଦାନ ଦିଆଯାଇ ଜଳସେଚନ ବିଭାଗ ମାଧ୍ୟମରେ କରାଯାଉଛି ହେଲେ ପଥର ପ୍ୟାକିଂ ସଠିକ ଭାବରେ ହେଉ ନଥିବାର ଅଭିଯୋଗ ହେଉଛି । ବର୍ଷାଦିନେ ମାସଧିକ କାଳ ଏହି ବନ୍ଧ ବୁଡିରହେ । ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ବାଙ୍କୀ କାର୍ଯ୍ୟଳୟକୁ ଆସୁ ନଥିବା ବେଳେ ପ୍ରକଳ୍ପର କାର୍ଯ୍ୟ ଗୁଡିକ ତଦାରଖ ହୋଇ ପାରୁ ନଥିବାରୁ ଏ ଭଳି କାର୍ଯ୍ୟ ହେଉଛି । ସରକାରଙ୍କର ଯୋଜନା ସଫଳ ଭାବେ ରୂପାୟନ ହୋଇ ପାରୁନାହିଁ । ବାଙ୍କୀ ଜଳସେଚନ ବିଭାଗର କନିଷ୍ଠଯନ୍ତ୍ରୀ ଶ୍ରୀମନ୍ତ ତ୍ରିପାଠୀଙ୍କୁ ପଚାରିବା ପାଇଂ ଯୋଗା ଯୋଗ ହୋଇ ପାରିନାହିଁ । ଏଷ୍ଟିମେଣ୍ଟ ଅନୁଯାୟୀ ପଥର ପ୍ୟାକିଂ କରିବାକୁ ସାଧାରଣରେ ଦାବି ହେଉଛି ।