ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ସାହିତ୍ୟ ସମାବେଶ Uncategorized By Sakala Khabar On Aug 15, 2022 0 Share ପ୍ରବାସରେ ଓଡ଼ିଆ ସାହିତ୍ୟ ସମାବେଶ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଏକ ସାହିତ୍ୟ ସମାବେଶ ଆଗରା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ କାଦମ୍ବିନୀ ପତ୍ରିକାର ସମ୍ପାଦିକା, ଲେଖିକା ଡ଼ଃ ଇତି ସାମନ୍ତ, ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଚେୟାରମ୍ୟା ଓ ବୈଜ୍ଞାନିକ ଡ଼ଃ ଶରତ ଚନ୍ଦ୍ର ଦଶ, ଡ଼ଃ ଶିତିକଣ୍ଠ ଷଡ଼ଙ୍ଗୀ, ଡ଼ଃ ପରଭାତ ମଲ୍ଲିକ, ଶ୍ରୀମତୀ ଅନୁରୂପା ସିଂ, ଶ୍ରୀ ସୁର୍ଯ୍ୟ ପ୍ରକାଶ ମହାପାତ୍ର, ସାଧାରଣ ସମ୍ପାଦିକା ଶ୍ରୀମତୀ ବିଶ୍ୱଭାରତୀ ଦାସ, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ନାଥ, ଶ୍ରୀମତୀ ଯାଜ୍ଞସେନି ପଣ୍ଡା, ଶ୍ରୀମତୀ ଲୋପମୁଦ୍ରା ପରିଡ଼ା, ଶ୍ରୀମତୀ ତେଜସ୍ୱିନୀ ପାତ୍ର , ଶ୍ରୀ ପ୍ରଦୀପ ବନ୍ଧ, ଶ୍ରୀ ବ୍ରଜ କିଶୋର ପ୍ରଧାନ, ଶ୍ରୀ ପବିତ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ତାପସ ରାଜ୍ ମହାରଣା ଙ୍କ ଦ୍ଵାରା ସଂଯୋଜିତ ଏହି କାର୍ଯ୍ୟକ୍ରମ ରେ ଡ଼ଃ ଇତି ସାମନ୍ତ ଶ୍ରୀଜଗନ୍ନାଥ ଚେତନାରେ ସୁଭଦ୍ରାଙ୍କର ପ୍ରାଧାନ୍ୟ ତଥା ନାରୀ ସଶକ୍ତିକରଣ ଉପରେ ଉପାଦେୟ ବକ୍ତବ୍ୟ ରଖିଥିଲେ । ଡ଼ଃ ଶରତ ଚନ୍ଦ୍ର ଦାଶ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ପ୍ରଚେଷ୍ଟାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଡ଼ଃ ଶିତିକଣ୍ଠ ଷଡ଼ଙ୍ଗୀ ଙ୍କ ରଚିତ ଜଣାଣ ପାଠରୁ ଆରମ୍ଭ ହେବାପରେ ଅନେକ କବି ,କବୟିତ୍ରୀ, ଲେଖକ, ଲେଖିକା ନିଜ ନିଜ ସର୍ଜନା ପାଠ ଉପସ୍ଥିତ ଶ୍ରୋତା ବୃନ୍ଦଙ୍କୁ ମନ୍ତ୍ରମୁଗ୍ଧ କରିଦେଇ ଥିଲା । ଶେଷରେ ସମସ୍ତେ ତ୍ରିରଙ୍ଗ ପତାକା ଉତ୍ତୋଳନ କରି ସାହିତ୍ୟ ମାନସ୍କ ପରିବେଶରୁ ରାଷ୍ଟ୍ରମନସ୍କ ପରିବେଶ ହୋଇ ଉଠିଥିଲେ । ଅନୁଷ୍ଠାନ ତରଫରୁ ଏହିଭଳି ସାହିତ୍ୟ ଆସର ଆଗକୁ ମଧ୍ୟ ପାଳନ କରାଯିବା ସଙ୍ଗେ ସଙ୍ଗେ ସୁସାହିତ୍ୟିକ ଓ ସୁବକ୍ତା ମାନଙ୍କୁ ଆଗାମୀ ପିଢ଼ି ଓ ଓଡ଼ିଆ ଭାଷାନୁରାଗୀ ମାନଙ୍କ ପାଇଁ ପ୍ରେରଣା ଯୋଗେଇଦେବାପାଇଁ ନିମନ୍ତ୍ରଣ କରାଯିବ ବୋଲି ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି । 0 Share