Odisha news

ବନ୍ଦେ ଉତ୍କଳ ଜନନୀ ଆଜି ଗାଇବେ : ଦେଶ ବିଦେଶରେ ସବୁ ଓଡ଼ିଆ ସାମିଲ ‌ହେବେ

0

ଭୁବନେଶ୍ବର : କୋଭିଡ଼ ଯୁଦ୍ଧରେ ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ତ୍ୟାଗ କରି ସଂକ୍ରମଣକୁ ରୋକିବା ପାଇଁ ଦିନ ରାତି ଏକ କରିଥିବା କୋଭିଡ଼ ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇବାକୁ ଆଜି ପୁଣି ନିବେଦନ କରିଛନ୍ତି। ଶନିବାର ସନ୍ଧ୍ୟା ସାଢେ ପାଞ୍ଚଟାରେ ଦେଶ ବିଦେଶର ସବୁ ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ଗୀତ ଗାଇବାକୁ ନବୀନ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯିଏ ଯେଉଁ ଯେଉଁଠି ବି ଥାନ୍ତୁ, ସେମାନେ ସେହିଠାରେ ଠିଆ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରନ୍ତୁ। ଏହି ସମୟରେ ସବୁ ଟ୍ରାଫିକ୍ ବନ୍ଦ ରଖିବା ପାଇଁ ଅନୁରୋଧ କରାଯାଇଛି। ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡି, ଘର ବଜାର ଯେଉଁଠାରେ ବି ଥାନ୍ତୁ ନା କାହିଁକି ଜନସାଧାରଣ ସମସ୍ତେ ଏଥିରେ ସାମିଲ ହେବାକୁ କୁହାଯାଇଛି।

Ad2
Leave A Reply