Odisha news

୧୬ ନଂ ଜାତୀୟ ରାଜପଥ ଜାମ୍: ହଜାର ହଜାର ସଂଖ୍ୟାରେ ଗାଡି ଅଟକି ରହିଛି

0

ଧର୍ମଶାଳା:  ଧର୍ମଶାଳା ବ୍ଲକ ୧୬ ନଂ ଜାତୀୟରାଜପଥ ଆଜି ଶହଶହ ଗାଡି ଜାମରେ ଫସିରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ।  ଚଣ୍ଡିଖୋଲ ଛକରୁ ବାରବାଟୀ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଗାଡି ଘଣ୍ଟା ଘଣ୍ଟା ଧରି ଗାଡି ଛିଡାହୋଇ ରହିଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ ରୋଗୀ ନେଇ ଯାଉଥିବା ଆମ୍ବୁଲାନସ୍ ଏହା ଭିଡରେ ଫସି ରହିଥିଲା । ଫଳରେ ରୋଗୀ ମାନେ ଠିକ ସମୟରେ ପହଁଞ୍ଚିବା ତାଙ୍କର ବିଳମ୍ବ ଘଟିଥିଲା । ବସ ମାଲ ବାହୀ ଟ୍ରକ ଛୋଟ ମୋଟ ଗାଡି ମଧ୍ୟ ଫସିଯିବା ଫଳରେ ଏଥିରେ ଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।  ଜାତୀୟ ରାଜପଥ ପ୍ରସସ୍ତିକରଣ ଚାଲିଥିବା ବେଳେ ଗାଡି ଗୁଡିକ ଏକପାଖିଆ ରାସ୍ତାରେ ଯାତାୟାତ କରୁଛନନ୍ତି ।

ସେହିପରି ଲୁହା ପରିବହନ କରୁଥିବା ଟ୍ରକ ହଜାର ହଜାର ସଂଖ୍ୟରେ ଏହି ରାସ୍ତା ଦେଇ କେଉଁଝରରୁ ପାରାଦୀପ ଯାତାୟାତ କରୁଛି । ୪ର୍ଥ ପର୍ଯାୟ ଲକଡାଉନରେ କୋହଳ ଯୋଗୁ ରାସ୍ତା ରେ ଅଧିକା ସଂଖ୍ୟାରେ ଗାଡି ଯାତାୟାତ କରୁଛି । ଅନ୍ୟପଟେ ଯେଉଁ ପରିମାଣରେ ଲୁହା ଗୁଣ୍ଡ ବୋଝେଇ ଟ୍ରକ ଗୁଡିକ ଆସୁଛି ପାରାଦୀପରେ ସେହି ପରିମାଣରେ ଗାଡି ଅନଲୋଡିଙ୍ଗ୍ ବ୍ୟବସ୍ଥା ନହେବାରୁ ହଜାର ହଜାର ସଂଖ୍ୟାରେ ଗାଡି ସବୁ ରାସ୍ତାରେ ଠିଆ ହୋଇ ରହିଛି । ଫଳରେ ରାସ୍ତା ଜାମ ହୋଇ ଅନ୍ୟାନ୍ୟ ଗାଡିଗୁଡିକ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚଣ୍ଡିଖୋଲ ଠାରୁ ବାରବାଟୀ ପର୍ଯ୍ୟନ୍ତ ରାସ୍ତା ଜାମ ରହିଛି । ପୋଲିସ ରାସ୍ତା କ୍ଲିୟର କରି ଧିରେ ଧିରେ ଗାଡି ଗୁଡିକୁ  ପାସ କରାଉଥିଲେ ମଧ୍ୟ ତାହା  ସଂନ୍ଧ୍ୟା ସୁଧା ରାସ୍ତାରେ ହଜାର ହଜାର ଗାଡି ସେହିପରି ଠିଆ ହୋଇଥିବା ଦେଖିବାକୁ ମିଳିଥ୍ିଲା । ଫଳରେ ସାଧାଣଣ ଲୋକ ଏବଂ ଗାଡିରେ ଥିବା ପାସେଞର ଏଥିଯୋଗୁ ନାହଁନଥିବା ଅବସ୍ଥା ଭୋଗିବାକୁ ପଡିଥିଲା ।

Leave A Reply

Your email address will not be published.