Odisha news

ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା

0

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଛି। ରାଜ୍ୟ କ୍ୟାବିନେଟ୍ ବୈଠକରେ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂରେ ଆଜି ଅନୁଷ୍ଠିତ ଏହି ବୈଠକରେ ମାତ୍ର ଏହି ଗୋଟିଏ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ମିଳିଛି।

ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକରେ ଯୋଗ ଦେଇଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ଲୋକସେବା ଭବନରେ ଉପସ୍ଥିତ ଥିଲେ।

ରାଜ୍ୟ ସଂଗୀତର ମାନ୍ୟତା ପରେ ବନ୍ଦେ ଉତ୍କଳ ଜନନୀର ମାନ୍ୟକ୍ରମ

  •  କାନ୍ତକବିଙ୍କ ସଂପୂର୍ଣ୍ଣ ଗୀତଟି ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା।
  • ଗାୟନର ଅନୁମୋଦିତ ସ୍ୱର, ଶୈଳୀ, ରେକର୍ଡିଂ I&PR ସ୍ଥିର କରିବ।
  • ଗାୟନର ଅବଧି, ସ୍ୱର ତଥା ଶୈଳୀ ରେକର୍ଡିଂ ପ୍ରକାରେ ନିର୍ଦ୍ଧାରିତ ହେବ।
  • ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଗାନ କରାଯିବ।
  • ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଗାନ କରାଯିବ।
  • ଶିକ୍ଷାନୁଷ୍ଠାନ, ସଭାସମିତିରେ ମଧ୍ୟ ଗାନ କରାଯିବ।
  • ଉଦ୍‌ଘାଟନୀ, ଉଦ୍‌ଯାପନୀ, ଉଦ୍‌ବୋଧନୀ ସଙ୍ଗୀତ ଭାବେ ଗାନ ହେବ।
  • ପୁଲିସ୍‌ ବ୍ୟାଣ୍ଡ୍‌, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ ହେବ।
  •  ପ୍ରଚାର, ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ କଟକଣା ନାହିଁ।
  • ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଲାଗି ନିର୍ଦ୍ଦେଶ।
  • ରାଜ୍ୟ ସଙ୍ଗୀତ ଗାନ ବେଳେ ସମସ୍ତେ ଦଣ୍ଡାୟମାନ ରହିବେ।
  • ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ, ଗର୍ଭବତୀ ନମ୍ର ଭାବରେ ବସି ସମ୍ମାନ ଜଣାଇବେ।
Leave A Reply