ବାଲିପାଟଣା : ବାଲିପାଟଣା ଜଙ୍ଗଲ ବିଭାଗ ଅନ୍ତର୍ଗତ ମଝିହରା ଗ୍ରାମରେ ଗତ ମାସ ୨୯ ତାରିଖରୁ ଛୁଆ ସହ ଗୋଟିଏ ହେଟା ବାଘ ବୁଲୁଥିବାର ଗାଁ ଲୋକେ ଦେଖି ଭୟଭିତ ହୋଇଥିଲେ । ୩୦ ତାରିଖ ଦିନ ସକାଳୁ ଗାଁର ଖନା ଭୋଇଙ୍କର ଗୋଟିଏ ମଣ୍ଢାକୁ ମାରି ଖାଇବା ଦେଖି ଲୋକେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଯୋଗା ଯୋଗ କରିଥିଲେ । ଜଙ୍ଗଲ ବିଭାଗ ଅଧିକାରୀ ଜୟକୃଷ୍ଣ ଯଦୁମଣି ଦାସଙ୍କ ସହ ଏକ ଟିମ୍ ଆସି ଆଖ ପାଖ ବୁଦୁବଦିକିଆ ଜଙ୍ଗଲ ଖୋଜା ଖୋଜି କରିଥିଲେ ।
କାରଣ ଏହି ଗ୍ରାମ ନିକଟବର୍ତୀ ପୂବାଗଡ ଜଙ୍ଗଲ ଓ ଭଉଁରା ନିଜିଗଡ ଜଙ୍ଗଲରେ ଅନେକ ହେଟା ବାଘ ବା ଗଧିଆ ରହିଛନ୍ତି । ସେମାନଙ୍କର ଛୁଆ ଦେବା ସମୟରେ ନିକଟବର୍ତୀ ଅଂଚଳକୁ ଚାଲି ଆସନ୍ତି । ସେଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଗ୍ରାମମାସୀଙ୍କୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସତର୍କ କରାଯିବା ସହ ନିସିଦ୍ଧ ଅଂଚଳ ପାଣିଟାଙ୍କି ନିକଟରେ ଏକ ବ୍ୟାନର ମାରାଯାଇ ଥିଲା । ଆଜକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ହେଟାବାଘର ଉତ୍ପାତ କମିନଥିବାର ବନ ବିଭାଗ ପକ୍ଷରୁ ଉକ୍ତ ଗାଁ ଜଙ୍ଗଲ ନିକଟରେ ଏକ ଯନ୍ତା ବସାଯାଇଛି । ଖୁବ୍ ଶୀଘ୍ର ହେଟାବାଘ ଧରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।