Odisha news

ବାଲିପାଟଣା ରେ ବିଜୁ ଜନତା ଦଳ ପକ୍ଷରୁ ପାଳିଲେ ୨୬ତମ ପ୍ରତିଷ୍ଠା ଦିବସ

0
ବାଲିପାଟଣା ୨୬/୧୨ :  ଆଜି ପୂର୍ବାହ୍ନରେ ଅଠାନ୍ତର ଛକ ଠାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟଳୟ ପରିସରରେ ୨୬ ତମ ପ୍ରତଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ନିକଟରେ ଥିବା ବାଲିପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟୁ ବଣ୍ଟନ କରାଯାଇଥିଲା। ବରିଷ୍ଠ କର୍ମୀମାନଙ୍କୁ ନେଇ ଆୟୋଜିତ ସଭାରେ ଦଳର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ବଧରେ ଓ ୨୬ ବର୍ଷ ଧରି ଦଳ କିପରି ଉତ୍ତମ ସେବା ଯୋଗାଇ ଆସୁଛି ତାହା ବର୍ଣ୍ଣନା କରୁଥିଲେ। ଆଗାମୀ ଦିନରେ ଦଳର ଆଭିମୁଖ୍ୟ କଣ ରହିବ ଓ ଦଳକୁ ମଜଭୁତ କରିବାକୁ ନିଆଯାଇଥିବା ଚିନ୍ତାଧାରାକୁ ସ୍ପଷ୍ଟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ସଭାପତି ପ୍ରତାପ କେଶରୀ ନାୟକ, ସତ୍ୟଭାମା ବେହେରା, ସଦାଶିବ ଦାଶ, ଦିଲ୍ଲୀପ କୁମାର ବଳିଆର ସିଂ, ଜୟଦେବ ଯୁବ ସଭାପତି ସନ୍ଧିପ୍ତ ସେନାପତି, ମହମ୍ମଦ ଜାକିର ହୁସେନ, ଜଲ।ଲ ଉଦ୍ଧିନ, କାଶୀନାଥ ବାରିକ , ନବକୃଷ୍ଣ ସାହୂ, ଉର୍ମିଳା ବେହେରା, ସତ୍ୟପୀର ସେଠୀ,ବାବୁ ବିଶ୍ଵାଳଙ୍କ ସହିତ ଶତାଧିକ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Leave A Reply