Odisha news

ପ୍ରାଚୀ ମୂଳକ ତୈଳୀକ ବୈଶ୍ୟ ସମାଜର ବୋଇତ ବନ୍ଦାଣ ଉତ୍ସବ

0
ବାଲିପାଟଣା  : ବନମାଳୀପୁର ମୁଣ୍ଡହଣାପାଟଣା ଗ୍ରାମରେ  ଚାରୀମୁଲକ୍ ସମାଜ ଆନୁକୂଲ୍ୟରେ ୪୨ ତମ ବୋଇତ ବନ୍ଦାଣ ଉତ୍ସବ ବହୁ ଆଡମ୍ବର ରେ ଅନୁଷ୍ଠିତ ହୋଇଛି।ମହାସଭା ର ସଭାପତି ଗୁରୁକିଙ୍କର ଜେଠି ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ,ମୁଖ୍ୟ ବକ୍ତା ଭାବରେ ଅନନ୍ତ ଚରଣ ସାହୁ,ସମ୍ମାନିତ ଅତିଥି ଭାବରେ କାକଟପୂର୍ ଶାଖା ସଭାପତି ଶଙ୍କର ପୃଷ୍ଟି,ପୂର୍ବତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ସାହୁ,ସ୍ନେହୀ ସମାଜ ସଭାପତି ବିଶ୍ଵନାଥ ସୁବୁଦ୍ଧି,ଇଞ୍ଜିନିୟର ଦାମୋଦର ସାହୁ, ଅଡଶପୂର୍ କଲେଜ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ,ରାଜନ୍ କୁମାର୍ ସାହୁ,ସୁରେନ୍ଦ୍ର ସାହୁ,ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ,ବରିଷ୍ଠ ଠିକାଦାର ରମେଶ ସାହୁ ଓ ହାଉନ ସାହୁ ପ୍ରମୁଖ ଯୋଗଦେଇ  ଜାତିର ଏକତା ଓ ଶ୍ରୀ ବୃଦ୍ଧି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।୧୯୮୧ ମସିହା ରେ ସ୍ବର୍ଗତ ଭ୍ରମରବର ଜେଠୀ ଙ୍କ ସହିତ ରହି ଅନୁଷ୍ଠାନକୁ ଗଢିଥିବା ବୟୋଜ୍ୟେଷ୍ଠ ପ୍ରତିଷ୍ଠାତା ସଭ୍ୟ ବଳରାମ ସାହୁ(କାଲୁ)ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପ୍ରାରମ୍ଭରେ ଚାରି ମୂଳକ ର ସଭାପତି ରବୀନ୍ଦ୍ର ସେନାପତି ସ୍ବାଗତ ଭାଷଣ ଓ ସମ୍ପାଦକ ପ୍ରତାପ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ଗରିବ ସଭ୍ୟ ମାନଙ୍କୁ ସାହାୟତା ପାଇଁ ଗଠିତ ସାଧବ ସହାୟତା ସମିତି ତରଫ ରୁ ରିନା ସେନାପତି ଙ୍କୁ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଏହି ପାଣ୍ଠିକୁ ରଞ୍ଜନ ସାହୁ ଓ ରମେଶ ସାହୁ ୧୦ହଜାର, ନିମାପଡ଼ା
ଏନ ଏସ ସି ଅଧ୍ୟକ୍ଷା ସସ୍ମିତା ସାହୁ ଙ୍କ ତରଫରୁ ତାଙ୍କ ସ୍ଵାମୀ ଲୋକନାଥ ସାହୁ ୫ହଜାର ଟଙ୍କା,ପୂର୍ବତନ ବିଧାୟକ ରଘୁନାଥ ସାହୁ ୫ହଜାର ଟଙ୍କା, ଶିଖର ସାହୁ,ବ୍ରଜ ସାହୁ ଓ ବିରଞ୍ଚି ଦାସ ମିଳିତ ଭାବରେ ୨୭ ହଜାର ଟଙ୍କା ସମିତି ପାଣ୍ଠି କୁ ଅନୁଦାନ ପ୍ରଦାନ କରିଥିଲେ।ଶହଶହ ସଂଖ୍ୟା ରେ ଜାତି ଭାଇ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ବେଳେ  ଧରଣୀ ସେନାପତି ଙ୍କ ସଂଯୋଜନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ପରିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି ଉପଲକ୍ଷେ ଏକ ରକ୍ତଦାନ ଶିବିର କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକ୍ଷକ ଡ୍ ଦେବାଶିଷ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇ ରକ୍ତ ସଂଗ୍ରହ କରାଯାଇଥିଲା।
Leave A Reply