Odisha news

ପ୍ୟାରିସ ମିୟୁଜିୟମରେ ସ୍ଥାନ ପାଇଲା ବାଲିପାଟଣା ଝିଅର ଚିତ୍ରକଳା

0
ବାଲିପାଟଣା   ୧୯ -୦୯ : ଜାତୀୟ ସ୍ତରରେ ଆୟୋଜିତ ଫ୍ରାନସ ର ପ୍ୟାରିସ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି ବାଲିପାଟଣା ଝିଅର ଚିତ୍ରକଳା | ଉକ୍ତ ଚିତ୍ରକଳା ପ୍ୟାରିସ ମିୟୁଜିୟମ ଅଫ ମର୍ଡନ ଆର୍ଟରେ ସ୍ଥାନ ପାଇଛି | ସେ ହେଉଛନ୍ତି ବାଲିପାଟଣା ବ୍ଲକ ତୁରିନ୍ତିରା ପଞ୍ଚାୟତ ଦୋରବାଙ୍ଗ ଗ୍ରାମର ବିଭୁ ଭୁଷଣ ସାହୁ ଓ ନମିତା ସ୍ୱାଇଁଙ୍କ ଝିଅ ସାସ୍ୱତୀ ପ୍ରିୟଦର୍ଶିନୀ ( ୧୪ ) | ଏହି ଉପଲକ୍ଷେ ଆଜି ସାସ୍ୱତୀଙ୍କ ବିଦ୍ୟାଳୟ ତରଫରୁ ସମ୍ଵର୍ଦ୍ଧିତ କରାଯାଇଛି |
 ସାସ୍ୱତୀଙ୍କ ସ୍କୁଲରେ ଗତ ୮ ତାରିଖ ଦିନ ଜାତୀୟ ପ୍ୟାରିସ ଆର୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଜାତୀୟ ପ୍ୟାରିସ ଆର୍ଟ ପ୍ରତିଯୋଗିତାରେ ମୋଟ ୧୭୬ ଟି ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ | ୯ ତାରିଖ ଦିନ ସାସ୍ୱତୀଙ୍କ ଚିତ୍ର କଳା ( Type – CHARCOAL WORK ) ପ୍ରଥମ ସ୍ଥାନ ପାଇଥିଲା | ଏବଂ ସାସ୍ୱତୀଙ୍କ ପାଖକୁ ସାର୍ଟିଫିକେଟ , ମେଡାଲ , କପ ମିଳିଛି | ଆଜି ବିଦ୍ୟାଳୟ କର୍ତୃପକ୍ଷଙ୍କ ତରଫରୁ ସାସ୍ୱତୀଙ୍କୁ ସମ୍ଵର୍ଦ୍ଧିତ କରାଯାଇଛି | ସ୍ୱସ୍ୱାତୀ ଜାତୀୟ ସ୍ତରରେ ଆୟୋଜିତ ଅନେକ ପ୍ରତିଯୋଗିତା ରେ ଭାଗ ନେଇଥାନ୍ତି | ଅନ୍ୟ ଏକ ଜାତୀୟ ସ୍ତର ପ୍ରତିଯୋଗିତା ରେ ଭାଗ ନେଇଥିବା ସାସ୍ୱତୀଙ୍କ ପାଖକୁ ମିନିଷ୍ଟ୍ରି ଅଫ ଫରେନ ଆଫେୟାର୍ସ ନିୟୁ ଦିଲ୍ଲୀରୁ ଶୁଭେଚ୍ଛାର ବାର୍ତ୍ତା ଆସିଛି | ସାସ୍ୱତୀଙ୍କ ଏହି କୃତିତ୍ୱ ଲାଗି ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ମିଳୁଛି | ଖୁବ ଶୀଘ୍ର ଗୃହ ମନ୍ତ୍ରଣାଳୟ ତରଫରୁ ସାସ୍ୱତୀଙ୍କ ସାକ୍ଷାତକାର କରାଯିବ ପାଇଁ ସୂଚନା ଆସିଛି | ତାଙ୍କର ଏହି  ନିଷ୍ଠାପର ଉଦ୍ୟମ ଏବଂ କୃତିତ୍ୱ କୁ ପ୍ରଶଂସା କରାଯାଇଛି | ଏହି ଖବର ପ୍ରଚାରିତ ହେବା ପରେ ବାଲିପାଟଣା ରେ ଆନନ୍ଦର ଲହରୀ ଖେଳି ଯାଇଛି |
Leave A Reply