ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଅଞ୍ଚଳର ଗର୍ବ ଓ ଗୌରବ ହେଉଛନ୍ତି ସୋୟମ ଦିବ୍ୟାଂଶୁ ସାହୁ । ତାଙ୍କ ବୟସ ମାତ୍ର ୩ ବର୍ଷ ସେ ଏହି ଛୋଟ ବୟସରୁ ବହୁ ଅନନ୍ୟ ପ୍ରତିଭା ର ଅଧିକାରୀ , ଆଜି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ତାଙ୍କର ନାମକୁ ଯୋଡ଼ି ପାରିଛନ୍ତି। ସେ ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଏମିତି ପାଖା ପାଖି ୨୦ ରୁ ୨୫ ପ୍ରକାର ଲିଷ୍ଟ ର ନାମ ଭଲ ଭାବେ କହିପାରୁଛନ୍ତି । ସୋୟମ୍ ଦିବ୍ୟାଂଶୁ ହେଉଛନ୍ତି କୃଷ୍ଣ ଚନ୍ଦ୍ର ସାହୁ ଏବଂ ଅନ୍ନପୂର୍ଣ୍ଣା ସାହୁ ଙ୍କ ସୁଯୋଗ୍ୟ ସନ୍ତାନ, ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସିଲେକ୍ଟ ହେବ ପରେ ତାଙ୍କ ପରିବାର ଓ ବନ୍ଧୁ ବାନ୍ଧବ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ସେ ଆଦର୍ଶ ଶିଶୁ ନିକେତନ ର LKG ର ଛାତ୍ର ସେ ପାଠ ପଢା ସହିତ ଚିତ୍ର କଳା ମଧ୍ୟ ଭଲ କରେ ବୋଲି ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି। ଏଥି ମଧ୍ୟରେ ବନମାଳୀପୁର ଅଞ୍ଚଳ, ବନ୍ଧୁ ବାନ୍ଧବ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ଏବେ ଶୁଭେଚ୍ଛାର ସୁଅ ଚୁଟିବାରେ ଲାଗିଛି। ତାଙ୍କର ପରିବାର ଏହାର ଶ୍ରେୟ ତାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ପାରିବାର କୁ ଦବା ସହିତ ସେ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ନିଜ ଅଞ୍ଚଳ ର ନାମ ରଖିବା ବୋଲି ଆଶା କରିଛନ୍ତି।