ବାଲିପାଟଣା୬/୮ : ବାଲିପାଟଣା ଥାନା ଅନ୍ତର୍ଗତ ବଦଳା ପାଣ୍ଡୁଆସାହି ନିକଟ ରାସ୍ତାରେ ବିଳମ୍ବିତ ରାତିରେ ଅଭାଵନୀୟ ଘଟଣା ଘଟିଛି।ଶନିବାର ପ୍ରାୟ ରାତି ବାରଟାରେ ବଦଳା ପଣ୍ଡୁଆ ସାହିର ଅଜିତ ସ୍ୱାଇଁ ମାର୍ଥପୁର-ନିମାପଡା ରାସ୍ତାଦେଇ ଘରକୁ ଫେରୁଥିଲେ। ପଦ୍ମପୁର ନିକଟରେ ତିନିଜଣ ଦୁର୍ବୁତ୍ତ ଅଟକାଇଥିଲେ।ଅଟକିବା ମାତ୍ରେ ତାଙ୍କ ମୁଣ୍ଡରେ ଦୁର୍ବୁତ୍ତମାନେ ବନ୍ଧୁକ ଦେଖାଇ ପକେଟରୁ ପର୍ସ ଛଡେଇ ନେଇଥିଲେ। ତାଙ୍କୁ ନିସ୍ତେଜକ ସୁଂଘାଇ କାରଟିକୁ ଘଟଣା ସ୍ଥଳରେ ପୋଡିଦେଇ ଫେରାର ହୋଇଯାଇଥିଲେ।ଏ ସଂକ୍ରାନ୍ତରେ ଅଜିତ ରବିବାର ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ୨୭୦/୨୩ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବାଲିପାଟଣା ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି।