Odisha news

ବଜ୍ରାଘାତ ରେ ବୃଦ୍ଧ ମୃତ

0

ବାଲିପାଟଣା ୦୬/୦୮: ବାଲିପାଟଣା ଥାନା ଅନ୍ତର୍ଗତ ନରଦା ଗ୍ରାମରେ ଜେଜେ , ନାତି ମଇଁଷି ଚରାଉ ଥିବା ବେଳେ ଆଜି ମଧ୍ୟାହ୍ନ ରେ ବଜ୍ରପାତ ଘଟି ଜେଜେ ମୃତୁ ବରଣ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ଜଣାପଡିଛି ନରଦା ଗ୍ରାମର ବଟକୃଷ୍ଣ ବେହେରା  ଓ ତାଙ୍କ ନାତି ତାଙ୍କ ଘର ପାଖ ପଡ଼ିଆ ରେ ମଇଁଷି ଚରାଉଥିଲେ । ମଧ୍ୟାହ୍ନ ରେ ହଠାତ ବଜ୍ରପାତ ଘଟିବାରୁ ଜେଜେ ଟଳି ପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନା ନ୍ତରିତ କରାଯାଇଥିଲା , ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ମୃତୁ ପାଇଁ ତାଙ୍କ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତୁରନ୍ତ ତାଙ୍କ ପରିବାର କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସି ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Leave A Reply