Odisha news

ପୋଷ୍ଟମାଷ୍ଟର ଙ୍କୁ ମାଡ଼ ମାରି ୨୧ ହଜାର ୭ ଶହ ଟଙ୍କା ଲୁଟିନେଲେ

0

ବାଲିପାଟଣା ୨୮/୦୬ : ବାଲିପାଟଣା ଥାନା ଅନ୍ତର୍ଗତ ଦରଡ଼ା ଗ୍ରାମ ରେ ଅବସ୍ଥିତ ସବ ପୋଷ୍ଟ ଅଫିସ୍ ର ପୋଷ୍ଟମାଷ୍ଟର ଙ୍କୁ ୨ ଜଣ ଯୁବକ ମଙ୍ଗଳବାର ରାତିରେ ଭୁଜାଲି ଦେଖାଇ ତାଙ୍କ ଠାରୁ ୨୧ ହଜାର ୭ ଶହ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାପ୍ତ ଖବର ରୁ ପ୍ରକାଶ ଯେ ପୋଷ୍ଟ ମାଷ୍ଟର ଘନଶ୍ୟାମ ପଣ୍ଡା ମଙ୍ଗଳବାର ରାତି ୯ ଟାରେ ଭୁବନେଶ୍ୱର ରୁ ଘରକୁ ଫେରୁଥିବା ସମୟରେ ବାଇଁଆପଦା ଠାରେ ୨ ଜଣ ଯୁବକ ଏକ ବୁଲେଟ ମଟର ସାଇକେଲ ଆସି ତାଙ୍କୁ ଅଟକାଇଥିଲେ । ସେ ରହିବା କ୍ଷଣି ୨ ଯୁବକ ହଠାତ୍ ତାଙ୍କୁ ମାଡ଼ ମାରିବା ସହିତ ଭୁଜାଲି ଦେଖାଇ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କା  ଲୁଟି ନେଇଥିଲେ । ପରେ ସେଠାରେ ଅନ୍ୟ ୨ ଜଣ ଲୋକ ପହଁଚି ତାଙ୍କୁ ସଜ୍ଞା ହିନ ଅବସ୍ଥା ରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ଭର୍ତ୍ତି କରିଥିଲେ   । ପରେ  ଶ୍ରୀ ପଣ୍ଡା ବାଲିପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।

Leave A Reply