Odisha news

ମହିଳାମାନଙ୍କ ଜୀବିକା ବିକାଶ ଶିବିର

0

ବାଲିପାଟଣା ୨୮/୦୬ : ଏହି ବ୍ଲକ ଅଧିନସ୍ଥ କୁଳନ୍ତିରା ଶାସନ ଠାରେ କେନ୍ଦ୍ରୀୟ ମହିଳା କୃଷି ଅନୁଷ୍ଠାନ ଭୁବନେଶ୍ୱର ଓ ଶିଶୁ ଅନନ୍ତ ଫାର୍ମର ପ୍ରଡୁସର୍ କମ୍ପାନୀ ମିଳିତ ସହଯୋଗରେ ଗ୍ରାମୀଣ  ହରିଜନ ମହିଳା ହରିଜନମାନଙ୍କ ପାଇଁ ଏକ ଜୀବିକା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରୀୟ କୃଷି ମହିଳା ଅନୁଷ୍ଠାନର ମୁଖ୍ୟ ବୈଜ୍ଞାନିକ ଡ଼ ସବିତା ମିଶ୍ର, ଡଃ ଅନିଲ କୁମାର, ଦେବେନ୍ଦ୍ର ନାଥ ଷଡ଼ଙ୍ଗୀ, ଭିକାରୀ ଚରଣ ବେହେରା, ପମ୍ପାଲୋ ସରପଞ୍ଚ ବାହାନ ଭୋଇଙ୍କ ସମେତ ଶିଶୁ ଅନନ୍ତ ଏଫ୍ ଇ ସି ର ଚେୟାରମେନ ରୋଜାଲିନ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଶତାଧିକ ମହିଳାମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବା ଉଦ୍ଧେଶ୍ୟରେ ବିଭିନ୍ନ ପ୍ରକାର ଯନ୍ତ୍ରାଂଶ ଯଥା ସୋଲାର ଡ୍ର୍ୟାୟ ମେସିନ, ମିନି ରାଇସି ମିଲ,ଓ ଜିଆ ଖତ ବ୍ୟାଗ୍ ସହିତ ଅନେକ ପ୍ରକାର ଚାଷ ଉପଯୋଗୀ ସରଞ୍ଜାମ ଯୋଗାଇ ଦେଇଥିଲେ। ଏହି ସଂସ୍ଥା ଦ୍ବାରା ଅଞ୍ଚଳର ମହିଳାମାନେ ଆଜି ଠାରୁ ଏକ ଛୋଟ ଧରଣର କର୍ମନିଯୁକ୍ତି ସୁଯୋଗ ପାଇଲେ ବୋଲି ଉପସ୍ଥିତ ଅତିଥିମାନେ ମତବେକ୍ତ କରିଥଲେ। ଏହି କାର୍ଯ୍ୟକ୍ରମକୁ ଶିଶୁ ଅନନ୍ତ ଏଫି ସି ମୂଖ୍ୟ କାର୍ଯ୍ଯ ନିର୍ବାହୀ ଅଧିକାରୀ କାଳନ୍ଦି ବେହେରା, ସନ୍ତୋଷ କୁମାର ମହାନ୍ତି ଓ ସଞ୍ଜୀବ ସାମନ୍ତରାୟ ପରିଚାଳନା କରିଥଲେ।

Leave A Reply