ବାଲିପାଟଣା ୧୩/୦୬ : ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଡଃ ଅରବିନ୍ଦ ଢ଼ାଲିଙ୍କ ବିକାଶ ଧାରାରେ ପୁଣି ଅଙ୍କୁଶ ଲଗାଇଛନ୍ତୀ ଦଳୀୟ ବିରୋଧି। ଦୀର୍ଘ ତିନିବର୍ଷ ହେଲା କିଛି ବିରୋଧୀଙ୍କ ବିରୋଧ ପ୍ରଦର୍ଶନ ଯୋଗୁଁ ବିଧାୟକ ସଠିକ୍ ଭାବେ ଦଳୀୟ କର୍ଯ୍ୟକର୍ମ କରିପାରୁ ନ ଥିଲେ। ଚଳିତ ବର୍ଷ ଆରମ୍ଭରୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପ୍ରତି ପଞ୍ଚାୟତରେ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କର ସମସ୍ୟା ସମ୍ବଧରେ ପଚାରି ବୁଝିଥିଲେ। ନୂତନ ଯୋଜନା ମାଧ୍ୟମରେ ଗାଁ ଗାଁ ବୁଲି ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବିଧାୟକ ପାଣ୍ଠିରୁ ଅର୍ଥ ପ୍ରଦାନ କରୁଥିଲେ। କିନ୍ତୁ ଚଳିତ ମାସରେ ବିଧାୟକଙ୍କୁ ଦୁଇ ଦୁଇ ଥର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।ଆଜି ବାଲିଅନ୍ତା ବ୍ଲକ ଝିଣ୍ଟି ଶାସନ ଗ୍ରାମପଞ୍ଚାୟତ ଅଧୀନ ଝିଣ୍ଟି ଗ୍ରାମ ନିକଟରେ ସୁଇଜ ସେତୁର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ ଉତ୍ସବରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ପୁର୍ବରୁ କିଛି ବିରୋଧି ଫଳକକୁ ଭାଙ୍ଗି ଦେଇଥିଲେ ।
କିନ୍ତୁ ପର ମୁହୃତରେ ଏହି ଫଳକକୁ ଯୋଡ଼ା ଯୋଡ଼ି କରି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଦଳୀୟ ପ୍ରତିନିଧି ପ୍ରିୟବ୍ରତ ପାତ୍ର, ଅନୁସୂଚିତ ପ୍ରତିନିଧି କୈଳାଶ ଚନ୍ଦ୍ର ସେଠି, ଅର୍ଜୁନ ଜେନାମଣି, ରଞ୍ଜନ କୁମାର ମହାପାତ୍ର, ସ୍ଥାନୀୟ ପୂର୍ବତନ ସରପଞ୍ଚ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ! ବିଧାୟକ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ବିଧାୟକଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଏହି ବିରୋଧ ସଂପର୍କରେ ବିଧାୟକ ଙ୍କୁ ପଚାରିବାରୁ ସେ କୁହନ୍ତି କିଛି ଦୁର୍ବୃତ୍ତ ଜୟଦେବ ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ଦେବା ପାଇଁ ଉକ୍ତ ପ୍ରକଳ୍ପର ଫଳକକୁ ଭାଙ୍ଗି ଦେଇଥିଲେ ଯେଉଁଥିପାଇଁ ସ୍ଥାନୀୟ ଜନସାଧାରଣ ଏହି ଫଳକ ଭଙ୍ଗା କାମକୁ ନିନ୍ଦା କରିଛନ୍ତି । ପ୍ରଚଣ୍ଡ ଖରାରେ ବିଧାୟକଙ୍କର ଘନ ଘନ ବିଭିନ୍ନ ପଞ୍ଚାୟତକୁ ଗ୍ରସ୍ଥ ସହିତ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ବିରୋଧୀ ସହିପାରୁ ନାହାଁନ୍ତି।