ବାଲିପାଟଣା ୦୨/୨୩ : ଆଗମୀ ଜୁନ ୯ ତାରିଖ ଦିନ ଓଡ଼ିଶା ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ୩ଦଫା ଦାବୀ ନେଇ ବିଧାନସଭା ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ।ସେଥିପାଇଁ ଆଜି ବାଲିପାଟଣା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସୁଶୀଲ କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ସରକାରୀ କ୍ୟାଡ଼ର ଭୁକ୍ତ କରାଯାଉ, ସମସ୍ତ କର୍ମଚାରୀ ମାନଙ୍କ ନିମନ୍ତେ ସପ୍ତମ ବେତନ ଲାଗୁ କରାଯାଉ, ସମସ୍ତ କର୍ମଚାରୀଙ୍କୁ ଦରମା ପ୍ରଦାନ ନିମନ୍ତେ ବାର୍ଷିକ ସରକାରୀ ବଜେଟ୍ ରେ ୩୦୦ କୋଟି ଟଙ୍କାର ବେୟ ବରାଦ କରାଯିବା ସହ ସୁଧ ରିହାତି ଟଙ୍କା ସମିତିର ସଂଚୟ ଖାତାରେ ତୁରନ୍ତ ପୈଠ କରାଯାଉ। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ପ୍ରସନ୍ନ କୁମାର ଜେନା, ସମ୍ପାଦକ ସୁକାନ୍ତ କୁମାର ସାହୁ,ପ୍ରଭୁ ପ୍ରସାଦ ଜେନା, ଅଦୈତ୍ୟ କୁମାର ଆଚାର୍ଯ୍ୟ, ସୁରେନ୍ଦ୍ର ସ୍ବାଇଁ, ଚିନ୍ମୟ ମହାନ୍ତି, ପ୍ରଜ୍ଞା ପ୍ରଗତିକା ବେହେରା ପ୍ରମୁଖ ଯୋଗଦେଇ “ଭୁବନେଶ୍ବର ଚାଲ, କୁ ସଫଳ କରିବା ପାଇଁ ଶପଥ ନେଇଥିଲେ।