Odisha news

ବାଲିଗୁଡାରେ ବଢୁଛି ଜମି ମାଫିଆଙ୍କ ପ୍ରାଦ୍ରୁଭାବ : ସରକାରୀ ଜମି ହାତେଉଛନ୍ତି ସରକାରୀ ଚାକିରିଆ , ଭୂମିହୀନଙ୍କୁ ମିଳୁନି ପଟ୍ଟା , ତଦନ୍ତ ଦାବୀ

0

ବାଲିଗୁଡା :  କନ୍ଧମାଳ ଜ଼ିଲ୍ଲା  ବାଲିଗୁଡାରେ ଦିନକୁ ଦିନ ବଢୁଛି ଜମି ମାଫିଆଙ୍କ ପ୍ରାଦ୍ରୁଭାବ ଦିନ ଦ୍ବି ପ୍ରହରରେ  ଖୁଲମ ଖୁଲା ବିକ୍ରୟ ହେଉଛି ସରକାରୀ ଜମି,  ଏପଟେ ଭୂମିହୀନଙ୍କୁ ମିଳୁନି ପଟ୍ଟା l ବାଲିଗୁଡା ମୋୖଜାର ସୁନାପଙ୍ଗା, ଗୁଳିମରାପଦା, ଖଜୁରୀନାଳ, ଭଗାମୁଣ୍ଡା, ଜାମପଦା,ପଣାସପଡି଼, ନୁଆସାହି, ହରିଜନ ସାହି ଆଦି ଅଞ୍ଚଳରେ ସରକାରୀ ଜମିରେ ଗଢି ଉଠିଛି ସୁଉଚ୍ଚ ଅଟାଳିକା l

ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି l ବାଲିଗୁଡାରେ  ସରକାରୀ ଜମି ଯଥା ଗୋଚର ପଥରା ସର୍ବସାଧାରଣ  ଦେବତ୍ୱର  ମସାଣି ଜମିକୁ କାବୁକରି ଖୁଲମ ଖୁଲା  କ୍ରୟ ବିକ୍ରୟ ଚାଲିଛି l ଭଗାମୁଣ୍ଡା ଜାମପଦା ସାହିରେ ଅନେକ ସରକାରୀ ଚାକିରୀଆ ବେଆଇନ ଦଖଲକରି ଜମି ହାତେଇ ଘର ନିର୍ମାଣ କରିଛନ୍ତି ଆଉ  ସବୁଠାରୁ ଆଶ୍ଚର୍ଯ୍ୟ ଓ ଚକିତ ଲାଗୁଛି ସମ୍ପୃକ୍ତ ଅଂଚଳକୁ ଏନଏସି କର୍ତ୍ତୃପକ୍ଷ ରାସ୍ତା ଘାଟ ପାଣି ଯୋଗାଇ ଦେଇଛନ୍ତି l

ସେହିପରି ନୁଆସାହି ଅଞ୍ଚଳରେ ଦେବୋତ୍ତର ବିଭାଗର   ସର୍ବସାଧାରଣ ଜମିକୁ ବେଆଇନ ଦଖଲକରି ବିକ୍ରୟ ଚାଲିଛି ପଟାସଂଲଗ୍ନ ଅନାବାଦୀ ଜମିକୁ କବଜା କରି ଗୃହ ନିର୍ମାଣ ହେଉଛି l କିନ୍ତୁ ଦୀର୍ଘ 30 ବର୍ଷରୁ ଉର୍ଦ୍ଧହେବ ସେଟଲ ମେଣ୍ଟ  ଆସିନଥିବାରୁ ବେଆଇନ ଦଖଲକରି ବସବାସ କରୁଥିବା ଭୂମିହୀନଙ୍କୁ ପଟ୍ଟା ମିଳୁନି l ଫଳରେ  ସରକାରୀ ସୁବିଧା ପାଇବାରେ ଗରିବ ଲୋକେ ବଞ୍ଚିତ ହେଉଛନ୍ତି l ଏବେ ବାଲିଗୁଡା ମୋୖଜାରେ ସରକାରୀ ଜମିର ଘୋର ସଙ୍କଟ ଦେଖାଦେଇଛି ସ୍ଥାନ ଅଭାବରୁ ବିଭିନ୍ନ ପ୍ରକଳ୍ପ ଫେରିଯାଉଛି l ସରକାରୀ ନୀତି ନିୟମକୁ  ଖୋଲା ଖୋଲି ଉଲଂଘନ ହେଉଥିଲେ ବି ରାଜସ୍ଵ ବିଭାଗ ଓ ଏନଏସି କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରିଛି ମିଳିତ ନାଗରିକ କମିଟି l

ନୂତନ ଗୃହ ନିର୍ମାଣ ପାଇଁ ଏନଏସି ର ଅନୁମତି ଆବଶ୍ୟକ ଥିବାବେଳେ ବିନା ଅନୁମତିରେ ବହୁ ସଂଖ୍ୟାରେ ଗୃହନିର୍ମାଣ ଚାଲିଥିଲେ ବି ଏନଏସି ପାଖରେ କୌଣସି ଖବର ନଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସରକାର  ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦେବାରେ ବିଳମ୍ୱ ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି l ସର୍ବ ସାଧାରଣ ଦେବୋତ୍ତର ଗୋଚର ଜମିରେ ଗୃହ ନିର୍ମାଣ ପାଇଁ ଅନୁମତି ନଥିବା ସ୍ଥଳେ କିଭଳି ଜବର ଦଖଲକରି ଗୃହ ନିର୍ମାଣ କରୁଛନ୍ତି ଆଉ ବିଭାଗୀୟ ଅଧିକାରୀ ଚୁପ ବସିଛନ୍ତି ସେନେଇ ସନ୍ଦେହ ସୃଷ୍ଟି ହୋଇଛି l ଜ଼ିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ  ସରକାରୀ  ଖାତାକୁ ଜମି ଫେରାଇ ନେବାସହିତ ଗରିବ ଭୂମିହୀନଙ୍କୁ ଜମି ପଟ୍ଟା ତୁରନ୍ତ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି l

Leave A Reply