ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଳକ ତାଞ୍ଜୁଙ୍ଗିଆ ପଞ୍ଚାୟତ କଳିଙ୍ଗ ଗ୍ରାମର ବିଭୁତି ଭୁଷଣ ନାୟକ ଚଳିତ ବର୍ଷର ୟୁନିୟନ ପବ୍ଳିକ ସର୍ଭିସ୍ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ରାଙ୍କ ୮୧୯ ରହିଛି । ଗତ ୨୦୧୯ ରେ ମଧ୍ୟ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଇଣ୍ଡିଆନ୍ ଡିଫେନ୍ସ ସର୍ଭିସରେ ତାଲିମ ନେଉଛନ୍ତି ।
ତାଙ୍କ ବାପା ଆଲିଆସ୍ ନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ମା ପ୍ରେମଲତା ନାୟକ ଅଙ୍ଗନବାଡି କର୍ମୀ ଅଛନ୍ତି । ଭୁବନେଶ୍ଵର ରାଜଧାନୀ କଲେଜରୁ ସ୍ନାତକ ପାସ କରିବା ପରେ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ କାର୍ଯ୍ୟ କାର୍ଯ୍ୟ କରୁଥିବା ବେଳେ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ନାୟକଙ୍କ ସଫଳତା ପାଇଁ କନ୍ଧମାଳରେ ଖୁସିର ଲହରୀ ଖେଳିଯାଇଛି ।