Odisha news

ନୂତନ ଜିଲ୍ଲାପାଳ ଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା କନ୍ଧମାଳ କଳା ସଂସ୍କୃତି ସଂଘ

0

ବାଲିଗୁଡା : କନ୍ଧମାଳ ର ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ନିଆରା ଢଙ୍ଗରେ  କନ୍ଧମାଳ ଜ଼ିଲ୍ଲା କଳା ସଂସ୍କୃତି ସଂଘ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଏଥିରେ ଜ଼ିଲ୍ଲା ଉପ ସଭାପତି ଅକ୍ଷୟ କୁମାର କର୍ଣ୍ଣ, ଜ଼ିଲ୍ଲା ସଂଯୋଜକ ସରୋଜ କୁମାର ପାତ୍ର ଏବଂ ଉପଦେଷ୍ଠା  ସଦାଶିବ ପାତ୍ର ଙ୍କ ସମେତ ୧୨ ଗୋଟି ବ୍ଲକ ର ବ୍ଲକ ଉପ ସଭାପତି ଯୋଗଦେଇଥିଲେ l କଳା ସଂଗଠନ ର କଳାକାର ମାନେ ପାରମ୍ପରିକ ବେଶଭୁଷା ରେ ସଜ୍ଜିତ ହୋଇ ଲୋକନୃତ୍ୟ ମାଧ୍ୟମ ରେ ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ ଜଣାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ରମେଶ ଚନ୍ଦ୍ର ସାହୁ ପ୍ରମୋଦ ଦଣ୍ଡସେନା, ସରୋଜ କୁମାର ସାହୁ,  ଜୁନେସ ପରିଛା, ଶତପଥି ପ୍ରଧାନ, ତ୍ରିନାଥ ପଣ୍ଡା, ଭାଗିରଥି ସାହୁ ଗୋଲକ ବିହାରୀ ମଲ୍ଲିକ, ସଦାନନ୍ଦ ପରାସେଠ, ବରିଷ୍ଠ କଳାକାର ଅଶ୍ୱିନୀ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l

Leave A Reply