Odisha news

ଶିଳ୍ପ ବିକାଶ ଅଧିକାରୀଙ୍କ କାର୍ଯ୍ୟଳୟରେ ତାଲା କାର୍ଯ୍ୟାଳୟ ଅଛି ବୋର୍ଡ ନାହିଁକି କେବେବି ଖୋଲୁନି ତାଲା

0

ବାଲିଗୁଡା-; ବାଲିଗୁଡା ଶିଳ୍ପ ବିକାଶ ଅଧିକାରୀ(ଆଇପିଓ)ଙ୍କ କାର୍ଯ୍ୟାଳୟର ଝୁଲୁଛି ତାଲା ।ଏହି କାର୍ଯ୍ୟାଳୟ କେବେ ବି ଖୋଲା ଥିବା ଦେଖିବାକୁ ମିଳିନି । ଏହି କାର୍ଯ୍ୟାଳୟଟି ବାଲିଗୁଡାର ଏନଏସି କାର୍ଯ୍ୟାଳୟର ସମ୍ମୁଖରେ ଅବସ୍ଥିତ । କିନ୍ତୁ ଉକ୍ତ କାର୍ଯ୍ୟାଳୟକୁ ଚିହ୍ନଟ କରିବା ପାଇଁ କାର୍ଯ୍ୟାଳୟର ଆଗରେ କି ଅନ୍ୟ କେଉଁଠି ବି ଲାଗି ନାହିଁ କାର୍ଯ୍ୟାଳୟର ବୋର୍ଡ କିମ୍ବା ସୁଚନା ଫଳକ । ଏହି କାର୍ଯ୍ୟଳୟଟି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ଅଛି ବୋଲି ଖୁବ କମ ଲୋକ ଜାଣନ୍ତି । ଏହି କାର୍ଯ୍ୟାଳୟ ଦ୍ୱାରା ବେକାର ଯୁବକ ଯୁବତୀ ମାନଙ୍କୁ ବ୍ୟାବସାୟ ତଥା କ୍ଷୁଦ୍ରଶିଳ୍ପ କାର୍ଯ୍ୟର ତାଲିମ ଦେଇ ସେମାନଙ୍କୁ ବ୍ୟାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ଏହି ଭରସାରେ ପ୍ରତ୍ୟେକ ଦିନ ବାଲିଗୁଡା ଅଂଚଳର ୧୪ ପଂଚାୟତ ତଥା ସହରର ଲୋକ ଆଶାରେ ଆସି ନିରାଶାରେ ଫେରିଥାନ୍ତି । କାରଣ ଏହି କାର୍ଯ୍ୟାଳୟ କେବେ ଖୋଲା ରହେନି,ଏପପରିକି ଏହି କାର୍ଯ୍ୟାଳୟରେ ପିଅନ ମଧ୍ୟ ରହୁନଥିବା ଶୁଣିବାକୁ ମିଳିଛି । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡର ସଦସମହକୁମାରେ ଯଦୀ ଏହିଭଳି ପରିସ୍ଥିତି େବେ ଅନ୍ୟ ବ୍ଲକ ମାନଙ୍କରେ କେମିତି ଉକ୍ତ କାର୍ଯ୍ୟାଳୟ ଚାଲୁଥିବ ତାହା ଏଥିରୁ ବାରି ହେଉଛି । ଏହି କାର୍ଯ୍ୟାଳୟ ପ୍ରତି କୌଣସି ଅଧିକାରୀ ମାନଙ୍କ କିଭଳି ନଜର ପଡୁନାହିଁ ତାହାବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।ଏହି ବାବଦରେ ଏହି କାର୍ଯ୍ୟାଳୟ ଦାୟୀତ୍ୱରେ ଥିବା ଶିଳ୍ପ ବିକାଶ ଅଧିକାରୀ ଏସ.ଡି ଶାହାଙ୍କୁ ମୋବାିଲ ଯୋଗାଯୋଗ କରିବାରୁ ସେ ଆମକୁ ଖାମଖିଆଲି ଭାବେ କହିଛନ୍ତି ଜିଲ୍ଲାରେ ୧୨ ଜଣ ଅଧିକାରୀ ରହିବା କଥା ଆମେ ମାତ୍ର ୫ ଜଣ ଅଛୁ ମତେ ଜିଲ୍ଲା କାର୍ଯ୍ୟାଳୟ ଓ ବାଲିଗୁଡା ଦ୍ୱାୟୀତ୍ୱ ଦେଇଥିବା ହେତୁ ମୁଁ ଠିକ ଭାବେ ବାଲିଗୁଡା କାର୍ଯ୍ୟାଳୟକୁ ଯାଇ ପାରୁ ନାହିଁ ଓ କାର୍ଯ୍ୟଳୟର ବୋର୍ଡ କଥା ପଚାରିବାରୁ ସେ କହିଛନ୍ତି ଦୁଇରୁ ତିନି ମାସ ଆଗରୁ ଲେଖିବାକୁ ଦିଆ ହୋଇଛି କିନ୍ତୁ ସେ ବର୍ତମାନ ଲେଖି ଦେଇନାହିଁ ବୋଲି କହିଛନ୍ତି । ସୁଚନା ଯୋଗ୍ୟ ଯେ ବାଲିଗୁଡାର ଏହି କାର୍ଯ୍ୟାଳୟକୁ ଜଣେ କାବାଡି ବାଲାକୁ ଭଡା ସୁତ୍ରରେ ଦିଆଯାଇଛି ।

ଯାହାଫଳରେ ଏହି କା୍ର୍ୟ୍ୟାଳୟ ପରିସରରେ ଆଟା,କାଚ,ଭଙ୍ଗା ଲୁହା,ଟିଣ ଇତ୍ୟାଦି ସାମାନକୁ ଗଛିତ କରି ରଖାଯାଇଛି ।ଏହି କାର୍ଯ୍ୟାଳୟଟି ବର୍ତମାନ ଭୁତ କୋଠି ଭଳି ଦେଖାଯାଉଛି ଓ ବାଲିଗୁଡାର ବରିଷ୍ଠ ଲୋକ ମାନଙ୍କୁ ଉକ୍ତ କାର୍ଯ୍ୟାଳୟ ବିଷୟରେ ପଚାରିବାରୁ ସେ ମାନେ କହିଛନ୍ତି ଏହି କାର୍ଯ୍ୟାଳୟଟି ୬୦ ବର୍ଷ ପୁର୍ବରୁ ଯେମିତି ଥିଲା ଆଜି ମଧ୍ୟ ସେମିତି ଅଛି ।

Leave A Reply