Odisha news

ବୁଗୁଡ଼ାରେ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ 

0
ବୁଗୁଡା :  ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୪ ତମ ଜୟନ୍ତୀ , ବୁଗୁଡା ବ୍ଲକ ଓ ନଗର ବିଜେଡି ପକ୍ଷରୁ ଗୁରୁବାର ଦିନ ପାଳିତ ହୋଇଯାଇଛି। ବିଜୁବାବୁଙ୍କ ଜୟନ୍ତୀ ଉପଲକ୍ଷେ ବିଜୁବାବୁଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମେଡିକାଲରେ ରୋଗୀମାନଙ୍କୁ ଫଳ ପ୍ରଦାନ କରାଯାଇଥିଲା।ଏହି ଅବସରରେ ଗରିବ ଲୋକମାନଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ଇ ମଦନ ଗୋପାଳ ଦୋରା, ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ, ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ,ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ଵରୀ ଖଟେଇ, ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବ୍ଲକ ଉପସଭାପତି ସୁନୀଲ କୁମାର ପାଢୀ,କେ ତ୍ରିଲୋଚନ ଦୋରା,ବରୁଣ ସେନାପତି, ପ୍ରଭାତ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ରା, ବିବେକାନନ୍ଦ ବାରିକ,ଟୁନା ଦାସ,ସୁଶାନ୍ତ ଆପଟ,ମୁକୁନ୍ଦ ନାୟକ ପ୍ରମୁଖ ବହୁ ଦଳୀୟ  ନେତା ଓ କର୍ମୀ ଯୋଗ ଦେଇଥିଲେ।
Nalco
Leave A Reply