Odisha news

ବାଲିଗୁଡ଼ା ଥାନାରେ ସମ୍ବିଧାନ ଦିବସ ପାଳିତ

0
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ନଭେମ୍ବର ୨୬ ସମ୍ବିଧାନ ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରିସରରେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଏଥିରେ ଥାନା ଅଧିକାରୀଙ୍କ ସମେତ ସବ୍‌ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ, ଶାନ୍ତନୁ ପ୍ରଧାନ, ଏଏସ୍‌ଆଇ ବିଦେଶୀ ପ୍ରଧାନ, କୁଳମଣି ରାଉତ, ଭରତ ମାଝୀ, ଉମାଶଙ୍କର ନିଆଲଙ୍କ ସମେତ ଅନ୍ୟ ପୋଲିସ୍‌ କର୍ମଚାରୀ ସାମିଲ୍‌ ହୋଇ ସମ୍ବିଧାନର ନିୟମ ଅନୁଯାୟୀ ସମସ୍ତେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ଓ ନିରପେକ୍ଷ ତଦନ୍ତ କରି ଅଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସଂକଳ୍ପ ନେଇଥିଲେ।
Leave A Reply