Odisha news

ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବା ନେଇ ବୈଠକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ୫-ଟି ଅଧିନରେ ପ୍ରଥମ ପର୍ଯ୍ୟାୟ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ସାରିବାକୁ ଯାଉଥିବା ବେଳେ ଏହାର ଦ୍ବିତୀୟ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକରେ ଆଉ ସାତୋଟି ସ୍କୁଲକୁ ସ୍ମାର୍ଟ ସ୍କୁଲ ରେ ପରିଣତ କରିବାର ସୁଯୋଗ ମିଳିଛି । ଏହି ଅବସରରେ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ ବିଭିନ୍ନ ସ୍କୁଲ ଅଞ୍ଚଳ ପ୍ରଦର୍ଶନ କରି ପ୍ରଥମ ପର୍ଯ୍ୟାୟ ବୈଠକ କରି ଆଲୋଚନା କରିଛନ୍ତି। ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଗ୍ରାମ୍ୟ ଜନସାଧାରଣଙ୍କ ଉପସ୍ଥିତରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ସ୍ମାର୍ଟ ସ୍କୁଲ ପାଇଁ ସରକାର ଯାହା ଅନୁଦାନ ଦେଉଛନ୍ତି ତାହା ଯଥେଷ୍ଟ ନାହିଁ ଏଣୁ ଜରୁରୀ ଆବଶ୍ୟକତାକୁ ଦେଖି ବ୍ଲକ ଓ ପଞ୍ଚାୟତ ସ୍ତରରେ ଅନୁଦାନ ପାଣ୍ଠି ସୃଷ୍ଟି କରି ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ଏବଂ ୫-ଟି ଗାଇଡ଼ ଲାଇନ ଅନୁସାରେ କିପରି ନିର୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ କରାଯାଇ ପାରିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ସରକାରଙ୍କ ଦ୍ବାରା ଗୃହୀତ ଏହି ସ୍ମାର୍ଟ ସ୍କୁଲ ନିର୍ମାଣ ପ୍ରସ୍ତାବ କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି। ବ୍ରାହ୍ମଣୀ ଗାଁ ସମେତ ଝିଞ୍ଜିରିଗୁଡ଼ା, ସିକରମାହା, ଭ୍ରମରବାଡ଼ି, ଆଦର୍ଶ ବିଦ୍ୟାଳୟ ଆଦି ସ୍କୁଲ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

Comments are closed.