ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ଵାତୀ ପାବୁରିଆ ପକ୍ଷରୁ ସଂଗଠନର ମୁଖ୍ୟ ଇଂ.ହରିଶଙ୍କର ରାଉତ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ୫ ଗୋଟି ଅକ୍ସିଜେନ କନସେଣ୍ଟ ଟ୍ରେଟର ବିଭିନ୍ନ ଡାକ୍ତରଖାନାରେ ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଟି, ଚକାପାଦ ବ୍ଳକ ର ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ, ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓ ଟିକାବାଲି ଏମଡବ୍କଏଚ ରେ ଗୋଟିଏ ପ୍ରଦାନ କରିଛନ୍ତି।
ଫଳରେ ଡାକ୍ତରଖାନା କତୃପକ୍ଷ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସ୍ଵାତୀର ମୁଖ୍ୟ ଇଁ. ହରିଶଙ୍କର ରାଉତଙ୍କୁ ସାଧୁବାଦ ଜଣାଇଛନ୍ତି । ଏହା ବିଶେଷକରି କରୋନା ଓ ଅନ୍ୟ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟଅଧିକାରୀମାନେ କହିଛନ୍ତି।ସୂଚନା ଯୋଗ୍ୟ ଯେ, କରୋନାର ପ୍ରଥମ ଲହର ଆରମ୍ଭ ପରଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ ସ୍ଵାତୀସଂଗଠନ ପକ୍ଷରୁ ଗ୍ରାମକୁ ଗ୍ରାମ ବୁଲି ଇଂ.ରାଉତ ଓ କର୍ମକର୍ତ୍ତାମାନେ ମିଶି ଲୋକମାନଙ୍କୁ କରୋନା ସଚେତନତା କରିବା ସହ ମାସ୍କ ଓ ସାନିଟାଇ ଜର, ଓ ଶୁଖିଲା ଖାଦ୍ୟ ମଧ୍ୟ ପ୍ରଦାନ କରୁଥିଲେ।
ସ୍ୱା ତୀର ଏଭଳି ନିଃସ୍ଵାର୍ଥପର ପ୍ରୟାସକୁ ସ୍ଥାନୀୟ ଲୋକେ ବେଶ ପ୍ରସଂସା କରିଛନ୍ତି।
Comments are closed.