Odisha news

ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ : ଫିନାଇଲ୍ ପିଇଲେ କଏଦୀ

0
ବାଲିଗୁଡ଼ା, ତା, ୦୭/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ମହେନ୍ଦ୍ର ମଲ୍ଲିକ ଶୁକ୍ରବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଜାଣି ଜେଲ୍ କର୍ତ୍ତୃପକ୍ଷ ରାତି ୯ ଟା ସମୟରେ ମହେନ୍ଦ୍ରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବିଚାରାଧିନ କଏଦୀ ମହେନ୍ଦ୍ର ମଲ୍ଲିକ ବାଲିଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଗତ ଏକ ବର୍ଷ ହେବ ଗଞ୍ଜେଇ କାରବାର ମାମଲାରେ ସେ ବାଲିଗୁଡ଼ା ଉପ କାରାଗାରରେ ସଜା କାଟୁଛନ୍ତି । ବେଆଇନ୍ ଗଞ୍ଜେଇ କାରବାର ଏବଂ ସେଥିରେ ସମ୍ପୃକ୍ତି ଥିବା ନେଇ ମହେନ୍ଦ୍ରଙ୍କ ଉପରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବା ଯୋଗୁଁ ତାଙ୍କୁ ଜାମିନ୍ ମିଳୁନାହିଁ । ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଜେଲ୍ ପରିସରରେ ଥିବା ଶୈଚାଳୟରେ ବ୍ୟବହୃତ ପାଇଁ ରଖାଯାଇଥିବା ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।
Leave A Reply